ନ୍ୟୁଜ ଡେକ୍ସ : ଟୁଇନସିଟିରେ କ୍ରାଇମ୍ ବ୍ରାଞ୍ଚାର ଏସଟିଏଫ୍ର ମାରାଥନ୍ ଚଢ଼ାଉ । କଟକ ପରେ ଭୁବନେଶ୍ବରରେ ରାତି ଅଧିଆ ରେଡ୍ ହୋଇଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣ ଘାତକ କଫ ସିରଫ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ତେବେ ସୂଚନା ମୁତାବକ, ସିଲଭର ସିଟିରେ ବେଆଇନ କଫ ସିରପ ଜବତ।
ବିପୁଳ ପରିମାଣର କପ ସିରପ ଜବତ କଲା STF । ବାଦମବାଡ଼ି ନ୍ୟୁ ଏଲଆଇସି କଲୋନୀ ସ୍ଥିତ ଏକ କୋରିଅର ସଂସ୍ଥାରୁ ଜବତ ହେଲା ୬୦ ରୁ ଉର୍ଦ୍ଧ୍ବ ପ୍ୟାକେଟରୁ ହଜାର ହଜାର ବେଆଇନ କଫ ସିରପ ।STF, ଜିଲ୍ଲା ପ୍ରଶାସନ, ଡ୍ରଗ୍ସ କଣ୍ଟ୍ରୋଲରଙ୍କ ମିଳିତ ଉଦ୍ୟମରେ ଚଢ଼ାଉ ହୋଇଛି । ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ପଚରାଉଚରା କରୁଛି STF। ଅନ୍ୟପଟେ ନିଶା ମାଫିଆମାନେ କିଛି ଦିନ ତଳେ ରାଜ୍ୟ ବାହାରୁ ଏକାଧିକ ଟ୍ରକ୍ରେ କଫ୍ ସିରପ୍ ଆଣି କଟକ ଓ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଗଚ୍ଛିତ ରଖି ବେପାର କରୁଥିଲେ । ନିଶା ମାଫିଆମାନଙ୍କୁ ଖୁଚୁରା ଆକାରରେ ବିକ୍ରି କରୁଥିଲେ ।
ଏ ବିଷୟରେ ଖବର ପାଇଥିଲା ଏସ୍ଟିଏଫ୍ । ସେମାନଙ୍କୁ ଧରିବା ପାଇଁ ଏସ୍ଟିଏଫ୍ ଆରମ୍ଭ କରିଥିଲା ତନାଘତନା । ତଦନ୍ତ ସମୟରେ ଜଣାପଡ଼ିଥିଲା ଭୁବନେଶ୍ୱର ଠାରୁ ଅଧିକ ପରିମାଣରେ କଫ୍ ସିରପ୍ କଟକରେ ଗଚ୍ଛିତ ରହିଛି । ପରେ ରାଜ୍ୟ ବାହାରୁ ଆସୁଥିବା ଏକ ପାର୍ସଲ୍କୁ ଏସ୍ଟିଏଫ୍ ଟିମ୍ ଟ୍ରାକ୍ କରିଥିଲା । ପାର୍ସଲଗୁଡ଼ିକ ନିଉ ଏଲ୍ଆଇସି କଲୋନୀରେ ଥିବା ଉକ୍ତ କୋରିଅର୍ ସଂସ୍ଥାର କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏସ୍ଟିଏଫ୍ ଟିମ୍, କଟକ ଜିଲ୍ଲା ପ୍ରଶାସନ, ବାଦାମବାଡ଼ି ଥାନା ପୁଲିସ ଓ ଡ୍ରଗସ୍ କଣ୍ଟ୍ରୋଲରଙ୍କ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଥିଲା। ଗୁରୁବାର ଅପରାହ୍ଣ ୧ ଟାରୁ ରାତି ୯ଟା ପର୍ଯ୍ୟନ୍ତ ରେଡ୍ ଚାଲିଥିଲା ।
