Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ମଦ ପ୍ୟାକେଟର ରୂପ ଶୀଘ୍ର ବଦଳିବ। ଏପର୍ଯ୍ୟନ୍ତ କାଚ ବୋତଲରେ ମଦ ବିକ୍ରି ହୋଇଆସୁଥିବା ବେଳେ ଏବେ ଟେଟ୍ରା ପ୍ୟାକରେ ମଦ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ବଡ଼ ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ କହିବା ଅନୁସାରେ, ନୂତନ ଅବକାରୀ ନୀତି ଅନୁଯାୟୀ କାଚ ବୋତଲର ପରିବର୍ତ୍ତନ କରାଯିବ।

ଟେଟ୍ରା ପ୍ୟାକ ବ୍ୟବହାରକୁ ଅନୁମତି ଦିଆଯାଇଛି, ଯାହା ପରିବେଶ ସୁରକ୍ଷା ପାଇଁ ଅଧିକ ଅନୁକୂଳ ମନାଯାଉଛି। ସେହିସହିତ, ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିମାନଙ୍କୁ କାଚ ବୋତଲର ପୁନଃବ୍ୟବହାର ପାଇଁ ଉତ୍ସାହିତ କରିଛନ୍ତି।ରାଜ୍ୟରେ ମଦ ବିକ୍ରି ମାଧ୍ୟମରେ ରାଜସ୍ୱ ଆଦାୟ ମଧ୍ୟ ଲଗାତାର ବୃଦ୍ଧି ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ ୮ ହଜାର ୧୯୫ କୋଟି ଟଙ୍କାକୁ ପହଞ୍ଚିଛି।ସୂଚନା ଅନୁସାରେ, ଗତ ୧୦ ମାସରେ ରାଜ୍ୟବାସୀ ୬ ହଜାର ୫୬୯ କୋଟି ଟଙ୍କାର ମଦ ବ୍ୟବହାର କରିଛନ୍ତି।

ଏହି ସମୟରେ ୬୨୦ ଲକ୍ଷ ଲଣ୍ଡନ ପ୍ରୁଫ ଲିଟର ବିଦେଶୀ ମଦ, ୧୦୯୨ ଲକ୍ଷ ବଲ୍କ ଲିଟର ବିଅର ଓ ୯୭ ଲକ୍ଷ ଲଣ୍ଡନ ପ୍ରୁଫ ଲିଟର ଦେଶୀ ମଦ ବିକ୍ରି ହୋଇଛି। ନୂତନ ପ୍ୟାକିଂ ବ୍ୟବସ୍ଥା ରାଜ୍ୟରେ କେବେଠାରୁ ଆରମ୍ଭ ହେବ, ସେନେଇ ଶୀଘ୍ର ଅଧିକୃତ ଘୋଷଣା ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *