Mon. Dec 23rd, 2024

ନ୍ୟୁଜ ଡେକ୍ସ: ମଙ୍ଗଳବାର ସକାଳେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା। ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବ ବୋଲି ପୂର୍ବାନୁମାନ ରହିଛି । ଆଜି ସକାଳେ ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାପଡିଛି।

ସେହିପରି ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ କୁହୁଡି ପରିଲକ୍ଷିତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବା ସହ ଆଜି ଠାରୁ ରାଜ୍ୟରେ ପାରଦ ୩ ରୁ ୫ ଡିଗ୍ରୀ ସେଲସିୟସ୍‌ ଖସିବ । ଆସନ୍ତା ୩ଦିନ ଯାଏ ରାତି ତାପମାତ୍ରା ଏଭଳି ରହିବ । ସେପଟେ କୋରାପୁଟ ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୩ ଡିଗ୍ରୀକୁ ଖସିବା ସହ ଫୁଲବାଣୀରେ ୧୪ଡିଗ୍ରୀ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ, ଆଜିଠାରୁ ରାଜ୍ୟରେ ଶୀତର ପ୍ରଭାବ ଟିକେ ଅଧିକ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତକାଲି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ଧର୍ମଗଡରେ ସର୍ବାଧିକ ୨୯.୦୦ ମିମି ବର୍ଷା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *