Sat. Feb 21st, 2026

ନ୍ୟୁଜ ଡେସ୍କ: ମୃତ୍ୟୁ ଏମିତି ବି ଆସେ। ଗାଡ଼ିରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି। ଆଉ ଘଟଣାସ୍ଥଳରେ ଚାଲିଗଲା ଗ୍ୟାରେଜ ମାଲିକଙ୍କ ଜୀବନ।

ଖୋର୍ଦ୍ଧା ସଦର ଥାନା ଦଳେଇପୁଟ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ସୂଚନା ମୁତାବକ, ଆଜି ସକାଳେ ନବ କିଶୋର ଟ୍ରକ୍ ଚକାରେ ପମ୍ପ ଦେଉଥିଲେ। ଏହି ସମୟରେ ପ୍ରେସର ଟାଙ୍କିଟି ହଠାତ୍ ଫାଟି ଯାଇଥିଲା। ବିସ୍ଫୋରଣରେ ନବ କିଶୋରଙ୍କର ଗଣ୍ଡିମୁଣ୍ଡ ଅଲଗା ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏୟାର ପ୍ରେସର ଟାଙ୍କି ଫାଟିବା ସମୟରେ ପାଖରେ ଥିବା ୨ ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଥିଲେ। ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସଦରଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *