ନ୍ୟୁଜ ଡେକ୍ସ: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଏକ କାରକୁ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲାରେ କାର୍ଯ୍ୟରତ ଡିସିପି ବଳରାମ ନାୟକ ଥିବା ଜଣାପଡିଛି । ଅନ୍ୟଜଣଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ, ଡିଏସ୍ପି ବଳରାମ ନାୟକ ଆଜି ଅପରାହ୍ଣରେ ଘଟଗାଁସ୍ଥିତ ନିଜର ଜଣେ ସଂପର୍କୀୟଙ୍କ ସହିତ ଗ୍ରାମକୁ ଯାଉଥିଲେ।
ଯାଜପୁର ୨୦ ନଂ ଜାତୀୟ ରାଜପଥ ଚାନ୍ଦପୁର ଛକ ନିକଟରେ ତାଙ୍କ କାରକୁ ରଙ୍ଗ ରୁଟ୍ରେ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ କାର୍ରେ ଥିବା ୨ ଜଣ ଗୁରୁତର ହୋଇଥିଲେ। ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ଯାଜପୁର ଏସ୍ପି ୟସ ପ୍ରତାପ ଶ୍ରୀମଲ ଯଯାତି କେଶରୀ ମେଡିକାଲ କଲେଜରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରୁ ବୁଝିଛନ୍ତି। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଖବରପାଇ ପୋଲିସ ଟ୍ରକ୍ ଏବଂ କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
