Thu. Oct 23rd, 2025

ନ୍ୟୁଜ ଡେକ୍ସ :ରେଳ ଧାରଣା ଉପରେ ପଥର। ଅଳ୍ପକେ ଟଳିଗଲା ବଡ଼ ଅଘଟଣ। ରାୟଗଡ଼ା ସହର ନିକଟସ୍ଥ ମଝିଘରିଆଣି ମନ୍ଦିର ପାଖରେ ଟ୍ରାକ୍ ଉପରେ ପଥର ପଡ଼ିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବାସହ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛି ଲିଙ୍କ କୋରବା ଏକ୍ସପ୍ରେସ ଟ୍ରେନ୍ ।

ରାୟଗଡ଼ା ସହର ମଝିଘରିଆଣୀ ମନ୍ଦିର ନିକଟ ଟ୍ରାକ୍ ରେ କୌଣସି କାରଣରୁ ବଡ଼ ପଥର ପଡ଼ିଯାଇଥିଲା ।ଖବର ମୁତାବକ, ବିଶାଖାପାଟଣା ଠାରୁ କୋରବା ଯାଉଥିଲା ଲିଙ୍କ ଏକ୍ସପ୍ରେସ । ମଧ୍ୟ ରାତ୍ରୀରେ ହଠାତ୍ ଜୋରେ ଶବ୍ଦ ହୋଇଥିଲା । ଟ୍ରେନ୍ ଡ୍ରାଇଭର ହଠାତ୍ ବ୍ରେକ ମାରି ଟ୍ରେନକୁ ରୋକିଥିଲେ I

ଫଳରେ ରାତି ୧୨ଟା ରୁ ଭୋର ୫ଟା ଯାଏଁ ସେହି ଟ୍ରାକରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା Iଖବର ପାଇଁ ରେସ୍କୁ ଟିମ ପଥରକୁ ଟ୍ରାକ୍ ରୁ ହଟାଇଥିଲେ । ଦୀର୍ଘ ୫ ଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା I ରେଳବାଇର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ରହିଥିଲେ I ଏହି ଘଟଣାରେ ଆରପିଏଫ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *