ନ୍ୟୁଜ ଡେକ୍ସ: ସବୁ ଟ୍ରାଫିକ ପୋଷ୍ଟରେ ଲାଗିବ ତୁଳସୀ ଗଛ। ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ଟ୍ରାଫିକ୍ ପୋଷ୍ଟରେ ହେବ ବଡ଼ ପରିବର୍ତ୍ତନ। ଏଣିକି ସବୁ ଟ୍ରାଫିକ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ। ଫଳରେ ଟ୍ରାଫିକ ପୋଷ୍ଟରେ ଅଟକୁଥିବା ଯାତ୍ରୀମାନେ ଭଲ ଅକ୍ସିଜେନ ପାଇପାରିବେ।
ଆଗକୁ ରାଜ୍ୟରେ ବିଜେପି ସରକାରଙ୍କ ଶାସନକୁ ବର୍ଷେ ପୁରିବ, ଏହି ଅବସରରେ ଗୋଟିଏ ସମୟରେ ହଜାର ହଜାର ଗଛ ଲଗାଇବାର ପରିକଳ୍ପନା କରାଯାଇଛି । ‘ମା ପାଇଁ ଗଛଟିଏ’ ଆହ୍ୱାନରେ ବୃକ୍ଷରୋପଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।ସବୁ ୟୁଏଲବି (ପୌରସଂସ୍ଥା)କୁ ତୁଳସୀ ଗଛ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏପରିକି ଅଁଳା ଓ ସଜନା ଗଛ ସମେତ ବାରମାସୀ ଶାଗ ଗଛ ମଧ୍ୟ ଲଗାଯିବ । ବିଜେପି ସରକାର ବର୍ଷ ପୂର୍ତ୍ତି ଅବସରରେ ସହରକୁ ସବୁଜ ସୁନ୍ଦର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଟ୍ରାଫିକ୍ ପୋଷ୍ଟରେ ବଡ଼ ପରିବର୍ତ୍ତନ ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
