Thu. Oct 23rd, 2025

ନ୍ୟୁଜ ଡେକ୍ସ: ଗୁଜରାଟର ଅହମଦାବାଦ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏୟାରପୋର୍ଟରୁ ଉଡାଣ କରିଥିବା ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନ ଦୁର୍ଘଟଣାରୁ ଜଣେ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଯାତ୍ରୀ ହେଉଛନ୍ତି ଭୂମି ଚୌହାନ, ସେ ୧୦ ମିନିଟ୍ ବିଳମ୍ବରେ ଏୟାରପୋର୍ଟରେ ପହଞ୍ଚିଥିଲେ। ଏଣୁ ତାଙ୍କୁ ବିମାନରେ ବୋର୍ଡିଂ କରିବାକୁ ଅନୁମତି ଦିଆଯାଇନଥିଲା। ସେ AI171 ବିମାନରେ ଉଡାଣ ଭରି ପାରିଲେନାହିଁ ।

ସେ ଦୁଃଖିତ ହୋଇ ଘରକୁ ଫେରିଥିଲେ ।ଭୂମି କହିଛନ୍ତି “ମୁଁ ବହୁତ ଚେଷ୍ଟା କଲି, କିନ୍ତୁ ବିମାନବନ୍ଦର କର୍ମଚାରୀ କହିଲେ ଯେ ବିଳମ୍ବ ହେତୁ ମୋତେ ବିମାନରେ ଚଢ଼ିବାକୁ ଅନୁମତି ଦିଆଯିବ ନାହିଁ। ମୁଁ ଟିକିଏ ନିରାଶ ହୋଇ ଫେରି ଆସିଲି। ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ମୁଁ ସମ୍ପୂର୍ଣ୍ଣ ଭାବରେ ସ୍ତବ୍ଧ ହୋଇଗଲି। ମୁଁ ବଞ୍ଚିଯାଇଥିବାରୁ ମୋର ଦେବୀ ମାତାଙ୍କୁ ଧନ୍ୟବାଦ କରୁଛି, କିନ୍ତୁ ଏହି ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା ।

ସୂଚନାଥାଉକି, ଜୁନ୍ ୧୨ ତାରିଖରେ ଲଣ୍ଡନ ଗାଟୱିକ୍ ପାଇଁ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ଅହମ୍ମଦାବାଦରୁ ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ଜଣେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଯାହା କେଉଁ ଚମତ୍କାର ଠାରୁ କମ ନୁହେଁ ବୋଲି କୁହାଯାଉଛି । ଏହି ବିମାନ ଦୁର୍ଘଟଣାରେ ସବୁକିଛି ପୋଡି ପାଉଁଶ ହୋଇଯାଇଛି ।

Leave a Reply

Your email address will not be published. Required fields are marked *