ନ୍ୟୁଜ ଡେକ୍ସ: ଢେଙ୍କାନାଳ ଜିଲ୍ଲାରେ ଏକ ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାଯାଇଛି। ହିନ୍ଦୋଳ ରୋଡ୍ ଷ୍ଟେସନ୍ ଠାରୁ ୧୦ କିଲୋମିଟର ଦୂରସ୍ଥ ଚିନ୍ତାପୋଖରୀ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।
ଦନ୍ତା ହାତୀଟି ରେଳ ଲାଇନ୍ ପାର ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।ସୂଚନା ଅନୁସାରେ, ଢେଙ୍କାନାଳ ସଦର ରେଞ୍ଚ ମେରାମଣ୍ଡଳି ଷ୍ଟେସନରେ ୪୯ ଟିକିଆ ହାତୀପଲ ରେଳ ଲାଇନ ପାର ହେଉଥିଲେ । ସବୁ ହାତୀ ରାଳ ଲାଇନ ପାର ହୋଇସାରିଥିବା ବେଳେ ଏକ ହାତୀ ରେଳ ଲାଇନ ଉପରେ ରହିଯାଇଥିଲା । ସେତେବେଳେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରେନ ଉକ୍ତ ଦନ୍ତାକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦନ୍ତାର ମୃତ୍ୟୁ ହୋଇଛି ।
ଘଟଣା ସ୍ଥଳରେ ଢେ଼ଙ୍କାନାଳ ଡିଏଫଓଙ୍କ ସହ ଅନ୍ୟ ବନ କର୍ମଚାରୀ ଓ ମୋଟଙ୍ଗା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବନ ବିଭାଗ ଟିମ ଓ ସ୍ଥାନୀୟ ପୁଲିସ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରିଥିଲେ। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ। ପୁଲିସ ଓ ବନ ବିଭାଗ ଘଟଣାର ତଦନ୍ତ କରୁଛନ୍ତି।