Wed. Feb 25th, 2026

ନ୍ୟୁଜ ଡେକ୍ସ : ଉତ୍ତରପ୍ରଦେଶରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍କୁଲ କୁସ୍ତି ଚାମ୍ପିଅନସିପରେ ଅଂଶଗ୍ରହଣ ପାଇଁ ଓଡ଼ିଶାର ଯୁବ କୁସ୍ତି ଖେଳାଳିମାନେ ଟ୍ରେନର ସାଧାରଣ କୋଚ୍‌ର ଶୌଚାଳୟ ପାଖରେ ବସି ଯାତ୍ରା କରିଥିବା ଘଟଣାକୁ ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାର ସତ୍ୟାସତ୍ୟ ଉପରେ ସରକାର ଗମ୍ଭୀର ଭାବେ ଅନୁଧ୍ୟାନ କରିବେ ଏବଂ ତଦନ୍ତ ପରେ ହିଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ଅନୁସାରେ, ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ୧୬ ଜଣ ଯୁବ ଖେଳାଳିଙ୍କୁ ପଠାଯାଇଥିଲା। ଏହି ଦଳରେ ୧୦ ଜଣ ପୁଅ ଓ ୬ ଜଣ ଝିଅ ଥିବା ବେଳେ, ଟିକେଟ କନଫର୍ମ ହୋଇନପାରିବାରୁ ସେମାନଙ୍କୁ ପ୍ରବଳ ଥଣ୍ଡାରେ ଟ୍ରେନର ସାଧାରଣ କୋଚ୍‌ର ଶୌଚାଳୟ ପାଖରେ ବସି ଯାତ୍ରା କରିବାକୁ ପଡ଼ିଥିଲା। ଏହା ଖେଳାଳିମାନଙ୍କ ପାଇଁ ଅତ୍ୟନ୍ତ ଦୟନୀୟ ଓ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଥିଲା।

ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଓ କଡ଼ା ନିନ୍ଦା ଦେଖାଦେଇଛି। ଖେଳାଳିମାନଙ୍କ ସମ୍ମାନ ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ, ସରକାର ତରଫରୁ ଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଆଶ୍ୱାସନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *