Sun. Feb 22nd, 2026

ନ୍ୟୁଜ ଡେକ୍ସ : ଜଟଣୀ ପୋଲିସକୁ ମିଳିଛି ବଡ଼ ସଫଳତା। ଡକାୟତି କରିବା ପୂର୍ବରୁ ୫ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଖଣ୍ଡା, ଛୁରୀ, ଲାଠି, ଲଙ୍କାଗୁଣ୍ଡ ସହିତ ମଦ ବୋତଲ ଜବତ କରାଯାଇଛି।ମଙ୍ଗଳବାର ରାତିରେ ଜଟଣୀ ଥାନା ଆଇଆଇସି ଷ୍ଟାଲିନ ବିଶ୍ୱାଳଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ, ଜଟଣୀ ଅନ୍ତର୍ଗତ ମାଣିଆ ଛକ ନିକଟରେ କିଛି ଯୁବକ ଡକାୟତି ଯୋଜନା କରୁଛନ୍ତି।

ଏହା ପରେ ତୁରନ୍ତ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଚଢାଉ କରିଥିଲା।ପୋଲିସକୁ ଦେଖି ଡକାୟତମାନେ ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୋଲିସ ଘେରାଉ କରି ୫ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

ଗିରଫ ଡକାୟତମାନେ ହେଲେ ଖୁଦୁପୁର ଅଂଚଳର ଜିତେନ୍ଦ୍ର ରାଉତରାୟ, ରଥିପୁରର ଅନ୍ସର ସାହା, ଗଜପତି ନଗରର ସୁଜିତ କୁମାର ବିଶ୍ୱାଳ, ମାଛ ମାର୍କେଟ ଅଂଚଳର ଶ୍ୟାମସୁନ୍ଦର ବେହେରା ଓ ଲୋକୋ କଲୋନୀର ମନୋଜ କୁମାର ନାୟକ। ସମସ୍ତେ ଜଟଣୀ ଥାନା ଅନ୍ତର୍ଗତ ବୋଲି ଜଣାପଡ଼ିଛି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *