ନ୍ୟୁଜ ଡେକ୍ସ : ସମ୍ବିଧାନ ବଞ୍ଚାଅ ସମାବେଶରେ ମଲିକାର୍ଜୁନ ଖଡ୍ଗେଙ୍କ ସମ୍ବୋଧନ । ରାଜ୍ୟରେ ଡବଲ ଇଞ୍ଜିନ ସରକାର କେବଳ ଧନୀଙ୍କ ପାଇଁ । କହିଲେ ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ ହୋଇଛି । ଭୁବନେଶ୍ୱରରେ ଏମ୍ସ ଓ ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସ କରିଛି । ବିଜେପିର ଅବଦାନ ଜିରୋ, ଏମାନେ ଏଠାରେ କିଛି କାମ କରିନାହାନ୍ତି । ଡବଲ ଇଞ୍ଜିନ ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ପାଇଁ ।
ଦେଶର ସମ୍ବିଧାନକୁ ସମାପ୍ତ କରିବା ମୋଦିଙ୍କ ଲକ୍ଷ୍ୟ । ଧର୍ମ ନାଁରେ ବିଭାଜନ ରାଜନୀତି କରୁଛି ବିଜେପି । ଭାରତ-ପାକିସ୍ତାନ ଯୁଦ୍ଧ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ । ଯୁଦ୍ଧ ବନ୍ଦ ପାଇଁ କହିଥିବା ଟ୍ରମ୍ପ ୧୬ ଥର କହିଛନ୍ତି । କିନ୍ତୁ ମୋଦି ଥରୁଟିଏ ବି ଏହା ବିରୋଧରେ କହିଲେନି । ଡବଲ ଇଞ୍ଜିନ ସରକାର ଧନୀଙ୍କ ପାଇଁ, ଗରିବଙ୍କୁ ଲୁଟୁଛି ।
ମୋଦି ଇଡି, ସିବିଆଇ ଦେଖାଇ ଡରାନ୍ତି; ଡରିବେନି…ଡରିଲେ ମରିବେ ବୋଲି ଖଡଗେ ଲୋକଙ୍କୁ ଚେତାବନୀ ଦେଇଛନ୍ତି ।ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ସହ ମଲିକାର୍ଜୁନ ଖଡ୍ଗେ, କେ.ସି ବେଣୁଗୋପାଳ ବି ସାମିଲ ଥିଲେ । ପିସିସି ସଭାପତିଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ ନେତା ମାନେ ମଧ୍ୟ ଉପସ୍ଥିତ ଥିବା ନଜର ଆସିଥିଲେ ।
