ନ୍ୟୁଜ ଡେକ୍ସ: ବେଙ୍ଗାଲୁରୁରୁ ୨ ଜଣ ଏଚଏମପିଭି ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ଅହମ୍ମଦାବାଦରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତିସହିତ ଦେଶରେ ଏବେ ମୋଟ ୩ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଚୀନରେ ଏବେ ଏଚଏମପିଭି ସଂକ୍ରମଣ ବୃଦ୍ଧି ପାଇଥିବାରୁ ଦେଶରେ ଭାଇରସ ବ୍ୟାପିବାର ଭୟ ଭିତରେ ଏବେ ଏହି ଶ୍ୱାସକ୍ରିୟାଜନିତ ସଂକ୍ରମଣ ଏଚଏମପିଭିରେ ଦେଶରେ ଗୋଟିଏ ଦିନରେ ୩ଟି ମାମଲା ସାମ୍ନାକୁ ଆସିଛି ।
ବେଙ୍ଗାଲୁରୁରେ ଦୁଇଟି ଏବଂ ଗୁଜୁରାଟ ଅହମ୍ମଦାବାଦରେ ଗୋଟିଏ ଚିହ୍ନଟ ହୋଇଛି । ଦେଶରୁ ୩ଟି ଏଚଏମପିଭି ଆକ୍ରାନ୍ତ ହେବାରୁ ବିଭିନ୍ନ ରାଜ୍ୟ ପକ୍ଷରୁ ସ୍ୱାସ୍ଥ୍ୟଗତ ମାର୍ଗଦର୍ଶିକା ଜାରି କରାଯାଇଛି। କର୍ଣ୍ଣାଟକା ସରକାର ଭିଡ଼ ସ୍ଥାନରେ ମାସ୍କ ଲଗାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ସମସ୍ତ ହସ୍ପିଟାଲକୁ ସବୁ ପ୍ରକାରର ପରିସ୍ଥିତିର ସାମ୍ନା କରିବାକୁ କହିଛନ୍ତି। ନମୁନା ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।ସେହିପରି କର୍ଣ୍ଣାଟକାରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲ ପକ୍ଷରୁ ସର୍ଭେଲାନ୍ସକୁ ଜୋରଦାର କରିଛି। ସମାନ୍ୟ କାଶ, କଫ, ଥଣ୍ଡା କିମ୍ବା ତଣ୍ଟି ଜନିତ ସମସ୍ୟା ରହିଥିବା ପିଲାମାନଙ୍କୁ ସ୍କୁଲ ନ ପଠାଇବାରୁ କର୍ତ୍ତୃପକ୍ଷ ବାପା ମା’ଙ୍କୁ ଅନୁରୋଧ କରିଛନ୍ତି। ଶ୍ରେଣୀ ଶିକ୍ଷକମାନଙ୍କୁ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ଗୁଜରାଟ ସରକାର ମଧ୍ୟ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜସ୍ଥାନରୁ ଚିକିତ୍ସା ପାଇଁ ଅହମଦାବାଦ ଆସିଥିବା ଗୋଟିଏ ଛୋଟ ପିଲାର ନମୁନାରୁ ଏଚଏମପିଭି ଭାଇରାସ ଠାବ ହୋଇଛି।
ଏହାପରେ ସରକାର ହସ୍ପିଟାଲଗୁଡ଼ିକୁ ଷ୍ଟାଣ୍ଡବାଇରେ ରହିବାକୁ କହିଛନ୍ତି। ସେହିପରି ଆରଟି-ପିସିଆର କିଟ କିଣିବା ସହ ଲକ୍ଷଣ ଥିବା ଲୋକଙ୍କ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଏହାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଉଭୟ ଗୁଜୁରାଟ ଏବଂ କର୍ଣ୍ଣାଟକ ସରକାର । ପିଲାମାନଙ୍କର ସ୍ଥିତି ସ୍ଥିର ରହିଛି । ଏଥିସହିତ ଡାକ୍ତରମାନେ ଏହାର ଚିକିତ୍ସା କରିବାରେ ସଫଳ ମଧ୍ୟ ହେଉଛନ୍ତି । ବେଙ୍ଗାଲୁରୁରେ ଚିହ୍ନଟ ହୋଇଥିବା ୨ଟି ମାମଲାରୁ ଜଣେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ବେଳେ ବଉ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ବର୍ତ୍ତାମନ ସୁଦାର ରହିଥିବା ଜଣାପଡିଛି ।

