Fri. Oct 24th, 2025

ନ୍ୟୁଜ ଡେସ୍କ: ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ୬୩ବର୍ଷୀୟ ଡାକ୍ତର ଯୋଗେଶ ଚନ୍ଦ୍ର ପାଲଙ୍କ ହତ୍ୟା ଏବଂ ଡକାୟତି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଡା. ପାଲଙ୍କ ମୃତଦେହ ମଇରେ ଜଙ୍ଗପୁରା ଏକ୍ସଟେଶନ ଠାରେ ଥିବା ନିଜ ଘରୁ ମିଳିଥିଲା । ଅଭିଯୁକ୍ତ ପୋଲିସକୁ ଚକମା ଦେବା ଲାଗି ୮ମୋବାଇଲ୍ ଫୋନ ଏବଂ ୨୦ସିମ କାର୍ଡ଼ର ବ୍ୟବହାର କରିଥିଲା । ତେବେ ସୂଚନା ମୁତାବକ, ପୁଲିସ କୁ ଚକମା ଦେବା ପାଇଁ ଅଭିଯୁକ୍ତ ଜଣଙ୍କ ୮ଟି ମୋବାଇଲ ଓ ୨୦ଟି ସିମ କାର୍ଡ ବ୍ୟବହାର କରିଥିଲା। ତେବେ ପୁଲିସ୍ ତା’କୁ ଦୀର୍ଘ ୧୬୦୦ କିମି ବାଟ ପିଛା କରି ଭାରତ-ନେପାଳ ବର୍ଡରରୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲା ବିଷ୍ଣୁ ସ୍ୱରୂପ ଶାହି।ବିଷ୍ଣୁ ସ୍ୱରୂପ ଫେରାର ଥିବା ବେଳେ ୬ ଥର ନିଜର ନାଁ ବଦଳାଇ ଥିଲା। ସେ ଯେଉଁଠିକୁ ଯାଉଥିଲା ସେଠାରେ ନକଲି କାଗଜପତ୍ର ଜରିଆରେ ନିଜ ପରିଚୟ ବଦଳାଇ ରହୁଥିଲା। ସେ କେତେବେଳେ ନିଜ ବିଷ୍ଣୁ ସ୍ୱରୂପ ଶାହି କହୁଥିଲା ତ ଆଉ କେତେବେଳେ ଶକ୍ତି ସାଇ, ସତ୍ୟ ସାଇ, ସୂର୍ଯ୍ୟ ପ୍ରକାଶ ଶାହି, ଗଗନ ଓଲି ଓ କ୍ରିଷ୍ଣା ଶାହି ଭାବେ ପରିଚୟ ଦେଉଥିଲା। ଗିରଫ ବେଳେ ସେ ଗଗନ ଓଲି ନାଁରେ ପରିଚୟ ଦେଇ ଖସି ଯିବାକୁ ଚାହୁଁଥିଲା ବୋଲି ପୁଲିସ୍ କହିଛି।ଏହି ସମୟରେ ଅଭିଯୁକ୍ତ କେତେକ ଥର ମିଛ ଦସ୍ତାବିଜ ବି କରିଥିଲା ଏବଂ ପୋଲିସକୁ ତା’ନିକଟରୁ ବିଷ୍ଣ୍ୁ, ଶକ୍ତି ସାଇ, ସତ୍ୟ ସାଇ, ସୂର୍ଯ୍ୟ ପ୍ରକାଶ, ଗଗନ ଓଲୀ ଏବଂ କୃଷ୍ଣା ନାମରେ କାଗଜ ମିଳିଛି ।

କୁହାଯାଉଛି କି ସେ ଡା. ପାଲ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଅଟେ। ନିଜ ୪ଅନ୍ୟ ସାଥିମାନଙ୍କ ସହ ମିଶି ସେ ବହୁ ମାସ ପର୍ଯ୍ୟନ୍ତ ପୋଲିସ ଆଖିରେ ଧୁଳି ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲା । ସାହୀକୁ ଧରିବାକୁ ପୋଲିସ ଅଧିକାରୀ ତା’ର ଫୋନ ରେକର୍ଡ଼ର ସାହାଯ୍ୟ ନେଇଥିଲେ ।

Leave a Reply

Your email address will not be published. Required fields are marked *