Thu. Oct 23rd, 2025

ନ୍ୟୁଜ ଡେକ୍ସ : ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ବିଶେଷ ପଦକ୍ଷେପ ନିଆଯାଇଛି । ଖୁବ ଶୀଘ୍ର ମାଦଳା ପାଞ୍ଜି ସହିତ ବିରଳ ମନ୍ଦିର ରେକର୍ଡ ଓ ପାରମ୍ପରିକ ତାଳପତ୍ର ପାଣ୍ଡୁଲିପି ସଂରକ୍ଷଣ ପାଇଁ ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ କରାଯିବ ।

ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏକ୍ସ (X) ପ୍ଲାଟଫର୍ମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି – “ମହାପ୍ରଭୁଙ୍କ ଆଶୀର୍ବାଦରେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ବିରଳ ମନ୍ଦିର ରେକର୍ଡ, ରୀତିନୀତି, ପବିତ୍ର ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି ଏବଂ ଅନ୍ୟାନ୍ୟକୁ ସଂରକ୍ଷଣ ସହିତ ଭକ୍ତ ଓ ଗବେଷକମାନଙ୍କୁ ଡିଜିଟାଲ ପ୍ରବେଶ ସୁବିଧା ଯୋଗାଇବ ।”

ଏହି ପଦକ୍ଷେପ ମାଧ୍ୟମରେ ଶ୍ରୀମନ୍ଦିରର ପୁରାତନ ଏବଂ ପାରମ୍ପରିକ ସମୃଦ୍ଧିକୁ ଭବିଷ୍ୟତ ପିଢ଼ୀଙ୍କ ପାଇଁ ସୁରକ୍ଷିତ କରିବା ସହିତ ଏହାର ଅଧ୍ୟୟନ ଓ ଗବେଷଣାରେ ନୂଆ ଦିଗ ଖୋଲିବ ବୋଲି ଆଶା କରାଯାଉଛି । ଏହି ଅନନ୍ୟ ପଦକ୍ଷେପ ଶ୍ରୀ ଜଗନ୍ନାଥ ମନ୍ଦିରର କାଳଜୟୀ ଐତିହ୍ୟକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରେ।

Leave a Reply

Your email address will not be published. Required fields are marked *