Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାଜଧାନୀ ଦିଲ୍ଲୀ ସ୍କୁଲରେ ବୋମା । ଭୟରେ ଘରକୁ ଫେରିଲେ ଅନେକ ପିଲା । ଦିଲ୍ଲୀରେ ଥିବା DPS ସମେତ ଅନେକ ସ୍କୁଲକୁ ବମ୍ରେ ଉଡାଇଦେବାକୁ ଧମକ ଆସିଛି । ଡିସେମ୍ବର ୯, ସକାଳ ୭ଟାରେ, ପଶ୍ଚିମ ବିହାରର ଡିପିଏସ୍ ଏବଂ ଜିଡି ଗୋଏଙ୍କା ସ୍କୁଲ୍ ମ୍ୟାନେଜମେଣ୍ଟକୁ ମିଳିଥିଲା ବୋମା ଧମକ ।

ଏନେଇ ଜଣାପଡ଼ିବା ପରେ ସ୍କୁଲକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇଦେଇଛନ୍ତି ସ୍କୁଲ କତ୍ତୃପକ୍ଷ । ସେପଟେ ନିରାପତ୍ତା ପାଇଁ ଅଗ୍ନିଶମ ବାହିନୀକୁ ଖବର ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଆଜି ସକାଳ ୭.୦୦ଟା ସମୟରେ ପଶ୍ଚିମ ବିହାରର ଡିପିଏସ୍ ଆରକେ ପୁରମ୍ ଏବଂ ଜିଡି ଗୋଏଙ୍କା ସ୍କୁଲର କତ୍ତୃପକ୍ଷଙ୍କୁ ବୋମା ଧମକ ମିଳିଥିଲା। ସେତେବେଳେ ଅଧିକାଂଶ ପିଲାମାନେ ବିଦ୍ୟାଳୟରେ ପହଞ୍ଚିସାରିଥିଲେ । ଏନେଇ ଖବର ମିଳିବା ପରେ ପିଲାମାନଙ୍କୁ ପ୍ରଥମେ ଘରକୁ ପଠାଇ ପୋଲିସକୁ ସୂଚନା ଦେଇଥିଲେ ବିଦ୍ୟାଳୟ କତ୍ତୃପକ୍ଷ ।

ଖବରପାଇ ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଥାଉକି, ଦିଲ୍ଲୀର ସ୍କୁଲ, ବିମାନବନ୍ଦର, ହୋଟେଲ ଏବଂ ଅନ୍ୟାନ୍ୟ ସ୍ଥାନରେ ବୋମା ଧମକର ଖବର ଥମୁନି । କିଛି ଦିନ ପୂର୍ବରୁ, ଦିଲ୍ଲୀର ରୋହିଣୀର ଏକ ଘରୋଇ ବିଦ୍ୟାଳୟରେ ବୋମା ଧମକ ଥିବା ଏକ ଇମେଲ ଆସିଥିଲା । ଏହା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗର ଏକ ଟିମ୍ ସ୍କୁଲ କ୍ୟାମ୍ପସରେ ପହଞ୍ଚି ଯାଞ୍ଚ କରିଥିଲେ । ତେବେ ଏହା ଗୁଜବ ବୋଲି ଜଣାପଡିଥିଲା ।

Leave a Reply

Your email address will not be published. Required fields are marked *