ନ୍ୟୁଜ ଡେକ୍ସ: ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଲଡ଼ୁଖାଇ ନିକଟରେ କାର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି l ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ଖବର ମୁତାବକ, ଗତକାଲି ୪ ଜଣ ଏକ କାରରେ ସମ୍ବଲପୁରରୁ ଗୋଡଭଗା ଅଭିମୁଖେ ଯାଉଥିଲେ । ଲଡୁଖାଇ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଡିଭାଇଡରରେ ପିଟି ହୋଇଥିଲା । ପରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।
ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ କାରରୁ ଯୁବକମାନଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡିକାଲକୁ ପଠାଇଥିଲେ l ଘଟଣା ସମ୍ପର୍କରେ ଗୋଶାଳା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି l
