ନ୍ୟୁଜ ଡେକ୍ସ: ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡିସେମ୍ବର ୩ ତାରିଖରୁ ରାଷ୍ଟ୍ରପତିଙ୍କର ଏହି ଗସ୍ତ ଆରମ୍ଭ ହେବ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି। ତେବେ ରାଷ୍ଟ୍ରପତିଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟ ଶାସନ ସଚିବ ଓ ଡିଜିପି ସମୀକ୍ଷା ବୈଠକ କରିଛନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୩ ତାରିଖ ଅପରାହ୍ଣ ୨ଟାରେ ଦିଲ୍ଲୀ ବିମାନ ବନ୍ଦରରୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବେ।
ଭୁବନେଶ୍ୱରରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ପ୍ରୋଟୋକଲ୍ ଅନୂସାରେ ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ, ମେୟର, ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀ ସ୍ୱାଗତ କରିବେ । ବିମାନବନ୍ଦରରୁ ସନ୍ଧ୍ୟା ୫ଟା ୩୦ରେ ବାହାରି ରାଷ୍ଟ୍ରପତି ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାର ସ୍ଥିତ ଏକ ବସ୍ତିକୁ ଯିବେ । ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ନୋଚନ କରିବେ । ସେଠାରୁ ୬ଟା ୧୦ ମିନିଟ୍ରେ ବହାରି ୬ଟା ୨୫ରେ ରାଜଭବନରେ ପହଞ୍ଚିବେ । ରାଜଭବନରେ ରାତ୍ରିଭୋଜନ ଓ ବିଶ୍ରାମ କରିବେ । ୪ ତାରିଖ ସକାଳ ୯ଟାରେ ରାଜଭବନରୁ ବାହାରି ବିମାନବନ୍ଦର ଯିବେ । ସେଠାରୁ ବାୟୁସେନାର ହେଲିକପ୍ଟରରେ ପୁରୀ ଯିବେ । ପୁରୀରେ ୯ଟା ୪୫ ମିନିଟ୍ରେ ପହଞ୍ଚିବେ । ୧୦ଟା ୫ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ଗୋପବନ୍ଧୁ ଆୟୁର୍ବେଦିକ୍ ମହାବିଦ୍ୟାଳୟରର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ । ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ୧୨ଟା ୧୦ରେ ପୁରୀ ରାଜଭବନରେ ପହଞ୍ଚିବେ ।
ଅପରାହ୍ଣ ୩ଟା ୪୦ରେ ପୁରୀ ରାଜଭବନରେ ଭାରତୀୟ ନୌସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ । ୩ଟା ୪୫ରେ ସେ ବ୍ଲ୍ୟୁ ଫ୍ଲାଗ ବିଚ୍ରେ ଭାରତୀୟ ନୌସେନା ଦିବସରେ ଯୋଗ ଦେବେ । ରାତିରେ ପୁରୀ ରାଜଭବନରେ ରହିବେ । ୫ ତାରିଖ ଦିନ ୧୦ଟା ୫ମିନିଟ୍ରେ ପୁରୀରୁ ବାହାରି ୧୦ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ । ବିମାନବନ୍ଦରରୁ ସିଧା ଓୟୁଏଟି କ୍ୟାମ୍ପସ୍ ଯିବେ । ୧୨ଟା ୧୦ରୁ ଅପରାହ୍ଣ ୫ଟା ୧୦ ପର୍ଯ୍ୟନ୍ତ ସେ ରାଜଭବନରେ ବିଶ୍ରାମ ନେବେ । ୫ଟା ୨୦ରେ ରାଷ୍ଟ୍ରପତି ଭୁବନେଶ୍ୱର କୋର୍ଟ ପରିସରକୁ ଯାଇ ଜୁଡିସିଆଲ୍ କମ୍ଲେକ୍ସ ଉଦ୍ଘାଟନ କରିବେ । ୬ଟା ୪୦ ସୁଦ୍ଧା ରାଜଭବନ ଫେରିବେ । ସନ୍ଧ୍ୟା ୭ଟାରୁ ୭ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କୁ ଭେଟିବେ ।