Thu. Feb 26th, 2026

ନ୍ୟୁଜ ଡେକ୍ସ : ଭାରତୀୟ ରେଳବାଇ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ ଟିକେଟ୍ ମୂଲ୍ୟରେ ବୃଦ୍ଧି ଘୋଷଣା କରିଛି। ଏହି ନୂତନ ଭଡ଼ା ହାର ଆସନ୍ତା ଡିସେମ୍ବର ୨୬ ତାରିଖରୁ ଲାଗୁ ହେବ। ଏହାର ପ୍ରଭାବ ବିଶେଷ କରି ଦୀର୍ଘ ଦୂରତା ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଉପରେ ପଡ଼ିବ।ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୧୫ କିଲୋମିଟରରୁ କମ୍ ଦୂରତାର ସାଧାରଣ ଶ୍ରେଣୀ ଯାତ୍ରା ପାଇଁ ଭଡ଼ାରେ କୌଣସି ବୃଦ୍ଧି କରାଯାଇନାହିଁ।

କିନ୍ତୁ ୨୧୫ କିଲୋମିଟରରୁ ଅଧିକ ଦୂରତା ପାଇଁ ସାଧାରଣ ଶ୍ରେଣୀରେ ପ୍ରତି କିଲୋମିଟରକୁ ୧ ପଇସା ଭଡ଼ା ବୃଦ୍ଧି ହେବ। ସେହିପରି ମେଲ୍/ଏକ୍ସପ୍ରେସ୍ ଟ୍ରେନର ନନ୍-ଏସି ଓ ଏସି ଶ୍ରେଣୀ ପାଇଁ ପ୍ରତି କିଲୋମିଟରକୁ ୨ ପଇସା ଭଡ଼ା ବଢ଼ାଯାଇଛି।ଏହି ପରିବର୍ତ୍ତନ ପରେ ନନ୍-ଏସି ଟ୍ରେନରେ ୫୦୦ କିଲୋମିଟର ଯାତ୍ରା କରୁଥିବା ଯାତ୍ରୀଙ୍କୁ ବର୍ତ୍ତମାନର ଟିକେଟ୍ ମୂଲ୍ୟ ଅପେକ୍ଷା ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ।ରେଳବାଇ କହିଛି ଯେ ଏହି ଭଡ଼ା ବୃଦ୍ଧି ଫଳରେ ପ୍ରାୟ ୬୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ସଂଗ୍ରହ ହେବ ବୋଲି ଆଶା କରାଯାଉଛି।

ଏହି ଅର୍ଥରାଶି ରେଳ ସେବା ଉନ୍ନତି ଓ ରକ୍ଷଣାବେକ୍ଷଣରେ ବ୍ୟବହୃତ ହେବ ବୋଲି କୁହାଯାଇଛି।ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଭିତରେ ଏହା ଦ୍ୱିତୀୟ ଥର ପାଇଁ ଟ୍ରେନ ଭଡ଼ା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଗତ ଜୁଲାଇ ୧ ତାରିଖରେ ମଧ୍ୟ ରେଳବାଇ ଟିକେଟ୍ ମୂଲ୍ୟରେ ବୃଦ୍ଧି କରିଥିଲା।

Leave a Reply

Your email address will not be published. Required fields are marked *