Mon. Dec 23rd, 2024

ନ୍ୟୁଜ ଡେକ୍ସ: ଏଣିକି ଡ୍ରାଇଭିଂ ଟେଷ୍ଟିଂ (ପରୀକ୍ଷା) ବେଳେ ହେବନି ପାତର ଅନ୍ତର। ପରୀକ୍ଷା ଚାଲିଥିବା ବେଳେ କୌଣସି ମାନବ ହସ୍ତକ୍ଷେପ କରାଯିବ ନାହିଁ। ପରୀକ୍ଷାକୁ ଜଗିବ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇ‌ଣ୍ଟେଲିଜେନ୍ସ (ଏଆଇ)। ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା ଯାହା ସଫଳ ହୋଇଛି ।

ଏହା ପରେ ଏବେ ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ ଏଆଇ ଟେଷ୍ଟିଂ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ପାସ୍‌ ଓ ଫେଲ୍‌ ମେସିନ୍‌ ଦ୍ବାରା ମୂଲ୍ୟାୟନ କରାଯିବ। ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା। ଏହା ସଫଳ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ ଏଆଇ ଟେଷ୍ଟିଂ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାପଡ଼ିଛି। ଖୁବଶୀଘ୍ର ଏହାକୁ ଉଦ୍‌ଘାଟନ କରାଯିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି।

ତେବେ ଡ୍ରାଇଭିଂ ଟେଷ୍ଟିଂ ବେଳେ ଅନେକ ସ୍ଥାନରେ ଅନେକ ସମୟରେ ପକ୍ଷପାତ କରୁଥିବା ଖବର ସାମ୍ନାକୁ ଆସିଥିଲା । ଯାହାଦ୍ବାରା ଏଥିରେ ଫେଲ୍ ହେଉଥିବା ଚଳକଙ୍କୁ ପାସ୍ କରିଦିଆଯାଉଥିଲା । କିନ୍ତୁ ଏଆଇ ଜଗିବା ପରେ ଏସବୁ ଆଉ ହୋଇପାରିବନି । ଏହା ବ୍ୟତୀତ କ୍ୟାମେରା ଜରିଆରେ ଚାଳକଜଣକ ଠିକ୍ ଭାବେ ଗାଡ଼ି ଚାଳନା କରୁଛନ୍ତି ନା ନାହିଁ ତାହା ପ୍ରମାଣ ରହିବ । କୌଣସି ପରୀକ୍ଷକ ଅଭିଯୋଗ କଲେ ତାହାକୁ ଦେଖାଇ ଦିଆଯାଇ ପାରିବ । ପରିବହନ ବିଭାଗ ପକ୍ଷରୁ ଆଗାମୀ ଦିନରେ ସମସ୍ତ ୩୮ ଆରଟିଓ/ଏଆରଟିଓରେ ଏହାକୁ ଲାଗୁ କରାଯିବାର ଯୋଜନା ରହିଛି । ୧୯ଟି ଆରଟିଓରେ ଏହାର ପରିଚାଳନା ପିପିପି ମୋଡ୍‌ ରେ କରାଯାଉଛି । ରାଜ୍ୟ ବାହାରର ଏକ କମ୍ପାନୀ ସହଯୋଗ ଯୋଗାଇ ଦେଉଛି ।

Leave a Reply

Your email address will not be published. Required fields are marked *