ନ୍ୟୁଜ ଡେକ୍ସ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଢ଼ଉଗାଁ ଛକରେ ସିରିଜ୍ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଢ଼ଉଗାଁର ୪୮ ବର୍ଷୀୟ ବସନ୍ତ ପରିଡା । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ସନ୍ତୋଷ କୁମାର ପରିଡ଼ାକୁ ପୁଲିସ ଗିରଫ କରି ତଦନ୍ତ ଚଳାଇଛି ।
ସୂଚନାଥାଉକି, ଟ୍ରକ୍ ଧକ୍କାରେ ଜଣଙ୍କ ପ୍ରାଣ ଚାଲିଯାଇଛି । ମୃତକ ହେଲେ ଢ଼ଉଗାଁ ଗ୍ରାମର ୪୮ ବର୍ଷୀୟ ବସନ୍ତ ପରିଡା । ତେବେ ଡ୍ରାଇଭର ଗାଡି ଧରି ଚମ୍ପଟ ମାରୁଥିବା ବେଳେ ଗାଁ ଲୋକେ ଟ୍ରକ ଡ୍ରାଇଭର କୁ ଅଟକ ରଖି ଧରାକୋଟ ପୋଲିସ ରେ ଜିମା ଦେଇଛନ୍ତି ।
ଡ୍ରାଇଭରକୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ । ତେବେ ଡ୍ରାଇଭର ନିଜେ ମାନିଛନ୍ତି ଯେ, ଅଧିକ ଭାଙ୍ଗ ସେବନ ଫଳରେ ତାଙ୍କୁ ନିଶା ହୋଇଯିବାରୁ ଏପରି ଅଘଟଣ ହୋଇଛି ।

