Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆଜି ଅପରାହ୍ନରେ ବାଂଲାଦେଶର ରାଜଧାନୀ ଢାକାର ଉତ୍ତରା ଅଞ୍ଚଳର ମିଲଷ୍ଟୋନ୍ ସ୍କୁଲ୍ ଆଣ୍ଡ୍ କଲେଜରେ ଏକ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୬ ଜଣ ଛାତ୍ର, ୨ ଜଣ ଶିକ୍ଷକ ଏବଂ ପାଇଲଟ୍ ସମେତ ୧୯ ଜଣଙ୍କର ମୃତ୍ୟୁ ହୋଇଛି ।ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଦୁର୍ଘଟଣାରେ ମୃତ ପାଇଲଟ୍ ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ମହମ୍ମଦ ତୌକିର ଇସଲାମ୍ ଭାବରେ ଚିହ୍ନଟ ହୋଇଛନ୍ତି ।

ତେବେ ଦୁର୍ଘଟଣା କିପରି ଘଟିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ ଲଢ଼ୁଆ ବିମାନଟି ବାଂଲାଦେଶରେ ଚୀନ୍‌ ଦ୍ୱାରା ନିର୍ମିତ। ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ, ବାୟୁସେନାର FT-7BGI ଏକ ଟ୍ରେନିଂ ବିମାନ।

ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଅନୁଯାୟୀ, ଲଢ଼ୁଆ ବିମାନଟି ଅପରାହ୍ନ ୧ଟା ୬ ରେ ଉଡ଼ାଣ ଭରିଥିଲା ଏବଂ ଅପରାହ୍ନ ୧ଟା ୩୦ ସୁଦ୍ଧା ଏହା ଦୁର୍ଘଟଣାର ଶିକାର ହୋଇଥିଲା। ହଜରତ ଶାହଜାହାନ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ ଏହି ଦୁର୍ଘଟଣାକୁ ସ୍ପଷ୍ଟ କରିଛନ୍ତି।ବାଂଲାଦେଶ ବାୟୁସେନାର ଏହି ଲଢ଼ୁଆ ବିମାନ ଢାକାର ଉତ୍ତରରେ ଅବସ୍ଥିତ ମାଇଲଷ୍ଟୋର୍ କଲେଜ କ୍ୟାମ୍ପସରେ ଖସି ପଡ଼ିଥିଲା। ତେବେ ଦୁର୍ଘଟଣା ସମୟରେ ଛାତ୍ରମାନେ କଲେଜରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *