ନ୍ୟୁଜ ଡେକ୍ସ: ରାଜ୍ୟରେ କମିଲା ତାତି। ମିଳିଲା ଗରମରୁ ଆଶ୍ବସ୍ତି। ଆସନ୍ତ ୨୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ ଘଡି ସହ କାଳବୈଶାଖୀ ସମ୍ଭାବନା। ଆଜି ୬ ଜିଲ୍ଲାକୁ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି। ବର୍ଷା ସମୟରେ ୩୦ରୁ ୪୦ କିମି ବେଗରେ ଝଟକା ପବନ ବୋହିବା ଆଶଙ୍କା।
କିଛି ସ୍ଥାନରେ କୁଆ ପଥର ମାଡ଼ ସହ ବର୍ଷା ସମ୍ଭାବନା।ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ କରାଯାଇଛି। ଆଜି ବିଜୁଳି, ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬ ଜିଲ୍ଲା ଭଦ୍ରକ, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।
ସେହିପରି ଆସନ୍ତାକାଲି ପାଇଁ ୬ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ପକ୍ଷରୁ ଆଲର୍ଟ କରାଯାଇଛି। ଗତକାଲି ରାଜ୍ୟର କିଛି ସ୍ଥାନରେ କାଳବୈଶଖୀ ବର୍ଷା ହୋଇଛି।
