ନ୍ୟୁଜ ଡେକ୍ସ: ଓଡ଼ିଆ ନବ ବର୍ଷରେ ମା’ ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଆଙ୍କ ଦର୍ଶନ ଲାଭ କରି କେନ୍ଦୁଝର ଜିଲ୍ଲା ଓ ଓଡ଼ିଶାର ବିକାଶ ପାଇଁ ମଙ୍ଗଳ ମନାସିଛନ୍ତି । ଏହି ପବିତ୍ର ଦିନରେ ମା’ ତାରିଣୀ ମନ୍ଦିର ଓ ମନ୍ଦିର ପାରିପାର୍ଶ୍ୱିକ ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ପ୍ରକଳ୍ପ କାମ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଡ଼ ଘୋଷଣା କରିଛନ୍ତି। ସୋମବାର ଦିନିକିଆ ଗସ୍ତରେ କେନ୍ଦୁଝର ଆସିଛନ୍ତି ମୁଖ୍ୟମନ୍ତ୍ରୀ । ସର୍ବ ପ୍ରଥମେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ଦର୍ଶନ ଲାଭ କରିଛନ୍ତି । ମାଆଙ୍କ ଦର୍ଶନ ଲାଭ କରି କେନ୍ଦୁଝର ଜିଲ୍ଲା ଓ ଓଡ଼ିଶାର ବିକାଶ ପାଇଁ ମଙ୍ଗଳ ମନାସିଛନ୍ତି।
ଅନ୍ୟପକ୍ଷରେ ଖୁବ୍ ଶୀଘ୍ର ତାରିଣୀ ମନ୍ଦିର ଓ ମନ୍ଦିର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଅନ୍ୟପକ୍ଷରେ ଖୁବ୍ ଶୀଘ୍ର ତାରିଣୀ ମନ୍ଦିର ଓ ମନ୍ଦିର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମା’ ତାରିଣୀ ମନ୍ଦିର ଏବଂ ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ ହୋଇଥିବା କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
