Thu. Oct 23rd, 2025

ନ୍ୟୁଜ ଡେକ୍ସ୍ : ୧୩ ଦିନରେ ଖେଳ ଖତମ୍ । ମଧ୍ୟ ରାତିରେ ‘ଅପରେସନ ସିନ୍ଦୂର’ ଆରମ୍ଭ କଲା ଭାରତୀୟ ସେନା । ପାକ୍ ଅଧିକୃତ କାଶ୍ମୀର PoK ର ୯ଟି ଆତଙ୍କୀ ଶିବିର ଉପରେ ଆରମ୍ଭ ହେଲା ଆକ୍ରମଣ । ଭାରତୀୟ ସେନାର ସୂଚନା ଅନୁସାରେ, ପାକିସ୍ତାନ ସେନାର କୌଣସି ଶିବିର ଉପରେ ଆକମ୍ରଣ କରାଯାଇ ନାହିଁ ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଭାରତ ନେଲା ପଦକ୍ଷେପ । ପାକିସ୍ତାନ ଉପରେ ଆରମ୍ଭ କରିଛି ଭାରତ ସିନ୍ଦୁର ର ବଦଲା ଅପେରସନ ସିନ୍ଦୁର ରେ ନେଇଛି ଭାରତ । ପ୍ରତିବଦଳରେ ପାକିସ୍ତାନ ଜବାବ ଦେବ ନେଇ ସୁଚନନା ମଧ୍ୟ ଦେଇଛି ,ପାକିସ୍ତାନ ଆତଙ୍କୀ ଶିବିର ଉପରେ ମିସାଇଲ ଆଟାକ କରିଛି ଭାରତ ବର୍ତ୍ତମାନର ପ୍ରାଥମିକ ସୁଚନା ଆତଙ୍କୀ ଏବେ ସୁଦ୍ଧା ୯୦ ଜଣ ନିପାତ ହୋଇଛନ୍ତି । ଏହା ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକର ସ୍ମୃତିକୁ ତାଜା କରିଛି । ସେତେବେଳେ ମଧ୍ୟ ଭାରତ ଆତଙ୍କବାଦ ବିରୁଦ୍ଧରେ ସମାନ ଭାବେ ଅଚାନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏଥର ଭାରତ ପାକିସ୍ତାନର ୪ଟି ସ୍ଥାନ ଏବଂ ପିଓକେର ୫ଟି ସ୍ଥାନକୁ ଟାର୍ଗେଟ କରିଛି ।

ଏଥିରେ ପିଓକେର ଚାରୋଟି ସ୍ଥାନ ଅନ୍ତର୍ଭୁକ୍ତ, ଯାହା ଆତଙ୍କବାଦୀଙ୍କ ଭାରତରେ ପ୍ରବେଶ ପାଇଁ ମୁଖ୍ୟ ପ୍ରବେଶ ପଥ । ‘ଅପରେସନ ସିନ୍ଦୂର’ ତିନି ସେନାର ଏକ ମିଳିତ ଅପରେସନ ଥିଲା । ଭାରତୀୟ ଗୁଇନ୍ଦା ସଂସ୍ଥା RAW ସମସ୍ତ ଲକ୍ଷ୍ୟସ୍ଥଳ ଚିହ୍ନଟ କରିଥିଲା, ଯାହା ପରେ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବରେ ଲସ୍କର ଏବଂ ଜୈଶ ଘାଟି ଉପରେ ଆକ୍ରମଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *