ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନରେ ଲଡୁ ବ୍ୟଭିଚାରକୁ ନେଇ ଚାଲିଥିବା ବିବାଦ ଭିତରେ ମୁହଁ ଖୋଲିଛି ଅମୁଲ ଇଣ୍ଡିଆ । କମ୍ପାନୀ କହିଛି ଯେ ତାଙ୍କ ପକ୍ଷରୁ ତିରୁପତି ମନ୍ଦିରକୁ କେବେବି ଘିଅ ଯୋଗାଇ ଦିଆଯାଇନାହିଁ । ଏହି ମାମଲା ଆଦଲତାରେ ମଧ୍ୟ ପହଞ୍ଚିଛି। ଏହାରି ଭିତରେ ସଫେଇ ଦେଇଛି ଡେୟରୀ ପ୍ରଡକ୍ଟ କମ୍ପାନୀ ଅମୁଲ। ତେବେ ସୂଚନା ମୁତବକ, ଅମୁଲ ଇଣ୍ଡିଆ କହିଛି ଯେ, ସୋସିଆଲ ମିଡିଆରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି ଯେ ଅମୁଲ ଇଣ୍ଡିଆ ତରଫରୁ ତିରୁପତି ମନ୍ଦିରକୁ ଘିଅ ଯୋଗାଇ ଦିଆଯାଉଛି। ବାସ୍ତବରେ ଏହି ସବୁ ରିପୋର୍ଟ ଗୁଜବ ଅଟେ ବୋଲି କହିଛି ଅମୁଲ ଇଣ୍ଡିଆ। ଅମୁଲ କମ୍ପାନୀ କହିଛି ଯେ ‘ଆମେ ଏହା ମଧ୍ୟ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଅମୁଲ ଘିଅ ଆମ ଅତ୍ୟାଧୁନିକ ଉତ୍ପାଦନ କାରଖାନାରେ କ୍ଷୀରରୁ ତିଆରି, ଯାହା ISO ସାର୍ଟିଫିକେଟ୍ ପ୍ରାପ୍ତ। ଅମୁଲ ଘିଅ ଉଚ୍ଚମାନର ଶୁଦ୍ଧ କ୍ଷୀର ଚର୍ବିରୁ ତିଆରି। ଆମର ସମସ୍ତ ପ୍ରଡକ୍ଟ FSSAI ଦ୍ୱାରା ନିର୍ଦ୍ଦିଷ୍ଟ କଠୋର ଗୁଣାତ୍ମକ ଯାଞ୍ଚ ପରୀକ୍ଷା ଦେଇ ଗତି କରେ। ଏଠି ଗ୍ରୀନ୍ ସିଗ୍ନାଲ ମିଳିବା ପରେ ହିଁ ଆମର ସମସ୍ତ ପ୍ରଡକ୍ଟ ମାର୍କେଟ୍କୁ ଯାଏ। ଏହି ସ୍ପଷ୍ଟୀକରଣର ଉଦ୍ଦେଶ୍ୟ ହେଉଛି ଅମୁଲ ବିରୋଧରେ ଭୁଲ ତଥ୍ୟ ପ୍ରଚାରିତ ବନ୍ଦ କରିବା ରହିଛି।’ ଅନ୍ୟପକ୍ଷରେ ପ୍ରସାଦରେ ପଶୁ ଚର୍ବି ମିଶିବା ଦାବି ଉପରେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଛନ୍ତି ଯେ ତିରୁପତି ମନ୍ଦିରରେ ଲଡୁ ବ୍ୟଭିଚାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ କାର୍ଯ୍ୟକାଳ ସମୟରେ ଘଟିଥିଲା। ତେବେ ଜଗନ୍ ମୋହନ ରେଡ୍ଡୀ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।
