Sun. Feb 22nd, 2026

ନ୍ୟୁଜ ଡେକ୍ସ : ଜାଡ଼ରେ ଥରୁଛି ସମଗ୍ର ରାଜ୍ୟ। ତୀବ୍ର ଶୀତ ସହ କୁହୁଡ଼ି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୧୦ଟା ପର୍ଯ୍ୟନ୍ତ ମଧ୍ୟ ଘରୁ ବାହାରିବା ମୁସ୍କିଲ ହେଉଥିବା ବେଳେ, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ଫେବୃଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍କୁଲରେ ଶନିବାର ଦିନ କେବଳ ଦିନ ସିଫ୍ଟରେ ଶ୍ରେଣୀ ଚାଲିବ।

ଏହା ଅନୁସାରେ ଶନିବାର ସକାଳ ଶ୍ରେଣୀ ବଦଳରେ ଦିନ ବେଳା କ୍ଲାସ୍ କରାଯିବ।ପ୍ରଶାସନ କହିଛି ଯେ ଅତ୍ୟଧିକ ଥଣ୍ଡା ଓ କୁହୁଡ଼ିରେ ସକାଳ ସମୟରେ ଯାତାୟାତ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଅସୁବିଧାଜନକ ହେଉଥିବାରୁ ଏହି ସିଦ୍ଧାନ୍ତ ନିଆଯାଇଛି।

ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ଅତ୍ୟଧିକ ଥଣ୍ଡା ପାଗକୁ ଦୃଷ୍ଟିରେ ରଖି ଶନିବାର ସ୍କୁଲଗୁଡ଼ିକୁ ସକାଳ ଶ୍ରେଣୀ ପରିବର୍ତ୍ତେ ଦିନ ସିଫ୍ଟରେ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ।ତୀବ୍ର ଶୀତ ଓ କୁହୁଡ଼ିର ପ୍ରଭାବ ଆହୁରି କିଛି ଦିନ ଜାରି ରହିବା ସମ୍ଭାବନା ଥିବାରୁ, ଆଗାମୀ ଦିନରେ ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟ ଏଭଳି ସତର୍କତାମୂଳକ ପଦକ୍ଷେପ ନେଇପାରନ୍ତି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *