ନ୍ୟୁଜ ଡେକ୍ସ: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସ୍ପେଶାଲ୍ ଟ୍ରେନ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଭୁବନେଶ୍ୱର-ଶିରିଡ଼ି-ନାସିକ ଟ୍ରେନର ଶୁଭାରମ୍ଭ ହୋଇଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ୮୦୦ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯାଉଛନ୍ତି।
୬ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାରୁ ୮ଶହ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରାରେ ଯାଉଛନ୍ତି । ଚଳିତ ବର୍ଷ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ପର୍ଯ୍ୟାୟକ୍ରମେ ମୋଟ ୧୦ଟି ଟ୍ରିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ ହଜାର ବରିଷ୍ଠ ନାଗରିକ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କଲିକତା ଦକ୍ଷିଣ କାଳୀ ମନ୍ଦିର, ଅଯୋଧ୍ୟା ଭଳି ବିଭିନ୍ନ ୧୦ଟି ତୀର୍ଥ ସ୍ଥାନ ବୁଲିବେ ବୋଲି ସୂଚନା ରହିଛି ।
ଗାଁରୁ ଷ୍ଟେସନ ଓ ରେଳ ଷ୍ଟେସନରୁ ତୀର୍ଥ ସ୍ଥାନ ପର୍ଯ୍ୟନ୍ତ ଯାତାୟାତ, ରହିବା, ଖାଇବା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଯାତ୍ରା ବେଳେ ସରକାରଙ୍କ ପକ୍ଷରୁ ଗାଇଡ ଓ ଏସ୍କର୍ଟ ଟିମ୍ ସୁବିଧା ତୀର୍ଥଯାତ୍ରୀଙ୍କୁ ଯୋଗାଇ ଦିଆଯିବ ।
