ନ୍ୟୁଜ ଡେକ୍ସ: ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟକୁ ନେଇ ବସିଥିବା ବୈଠକ ଶେଷ ହୋଇଛି। ଏଥିରେ ଲିଙ୍ଗରାଜଙ୍କ ନୀତିକାନ୍ତି ବିବାଦ ସମାଧାନ ହୋଇଛି। ସ୍ବାଭାବିକଭାବେ ପ୍ରଭୃ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ । ଖୋର୍ଦ୍ଧା ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ବୈଠକ ଅନୁଷ୍ଠିତ ହୋଇଥିଲା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ମନ୍ତ୍ରୀ କହିଛନ୍ତି, ଖୁବ୍ ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ପାୟନ ସ୍ବତନ୍ତ୍ର ଆଇନ ଆସିବ । ନୂଆ ଆଇନ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟିକରଣ ମାଗିଥିଲେ ସେଥିପାଇଁ ପ୍ରସ୍ତୁତି ସରିଛି, ଟ୍ରାଫ୍ଟ ବି ହୋଇଯାଇଛି । ଖାଲି ଏହା ଏବେ ରାଷ୍ଟ୍ରପତି ଏବଂ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଯିବ । ଏଥିସହିତ ସେ ଏହା ବି କହିଛନ୍ତି, ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର କମିଟି ପ୍ରସ୍ତୁତ ହେବ । ଜଣେ ହାଇକୋର୍ଟଙ୍କ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଅନୁଷ୍ଠିତ ହେବ । ସମସ୍ତ ନିଯୋଗଙ୍କ ସହ ଆଲୋଚନା କରି ନୀତିକାନ୍ତି ଉପରେ ବିଚାର କରିବେ । ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ମଧ୍ୟ ଏଥିପାଇଁ ଯାଞ୍ଚ ହେବ । ଦୁଇରୁ ତିନି ମାସ ଭିତରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ତା ପରେ ସ୍ୱତଲିପି ପ୍ରସ୍ତୁତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ସୂଚନାଯୋଗ୍ୟ ଯେ ସେବାୟତଙ୍କ ମଧ୍ୟରେ ହୋଇଥିବା ବିବାଦ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ସେବାୟତମାନେ ବନ୍ଦ କରିଥଲେ । ମକର ମଣ୍ଡପରେ ସୋମବାର ରାତିରୁ ପ୍ରଭୁ ଲିଙ୍ଗରାଜ ଉପାସ ରହିଥିଲେ । ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ ନୀତି ,ଭୋଗ ସମର୍ପଣ ବନ୍ଦ ରହିଥିଲା । ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ଘୃତ କମଳ ନୀତିରେ ହୋଇଥିବା ବିବାଦ ପାଇଁ ୩ ଦିନ ହେଲାଣି ସମସ୍ତ ନୀତି ବନ୍ଦ ରହିଥିଲା। କ୍ଷୀର ଆଉଟିବା ନୀତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
