Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭାରତ-ପାକିସ୍ତାନ ସାମରିକ ସଂଘର୍ଷ ସମୟରେ, ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିଥିଲା। ପାକିସ୍ତାନ ତୁର୍କୀର ଡ୍ରୋନ ମାଧ୍ୟମରେ ଭାରତୀୟ ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଅସ୍ତ୍ରବିରତି ଘୋଷଣା ହେବା ପରେ ମଧ୍ୟ ତୁର୍କୀ ପାକିସ୍ତାନ ସପକ୍ଷରେ ବୟାନ ଦେଉଥିବା ଦେଖିବାକୁ ମିଳିଥିଲା।

ଶୁକ୍ରବାର ଦିନ ଭାରତ ସରକାର ଦେଶର ବଡ଼ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋକୁ ତୁର୍କୀ ଏୟାରଲାଇନ୍ସ ସହିତ ବିମାନ ଲିଜ୍ ବୁଝାମଣା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।DGCA (ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ) ସ୍ପଷ୍ଟ କରିଛନ୍ତି ଯେ, ଇଣ୍ଡିଗୋର ଲିଜ୍ ଚୁକ୍ତିନାମା ଏବେ କେବଳ ଆଗାମୀ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୈଧ ରହିବ।ତୁର୍କି ଏୟାରଲାଇନ୍ସରୁ ଲିଜରେ ନିଆଯାଇଥିବା ଦୁଇଟି ବୋଇଂ ବିମାନ ନିମନ୍ତେ ‘ୱେଟ୍ ଲିଜ ଏଗ୍ରିମେଣ୍ଟ’କୁ ମାତ୍ର ୩ ମାସ ବଢାଇବାକୁ ଅନୁମତି ଦେଇଛନ୍ତି ଡିଜିସିଏ । ଉଲ୍ଲେଖଯୋଗ୍ୟ ଯେ, ଇଣ୍ଡିଗୋ ଏୟାରଲାଇନ୍ସ ବର୍ତ୍ତମାନ ତୁର୍କୀସ୍ ଏୟାରଲାଇନ୍ସରୁ ଡ୍ୟାମ୍ପ୍ ଲିଜ୍ରେ ଦୁଇଟି B777-300ER ବିମାନ ପରିଚାଳନା କରୁଛି।

ଏହି ବିମାନଗୁଡ଼ିକର ଲିଜ୍ ଅନୁମତି ପୂର୍ବରୁ ୩୧ ମଇ ୨୦୨୫ ପର୍ଯ୍ୟନ୍ତ ଦିଆଯାଇଥିଲା। ଇଣ୍ଡିଗୋ ଏହି ଡ୍ୟାମ୍ପ୍ ଲିଜ୍କୁ ଆଉ ୬ ମାସ ପାଇଁ ବୃଦ୍ଧି କରିବାକୁ ଅନୁରୋଧ କରିଥିଲା। କିନ୍ତୁ ସରକାର ଇଣ୍ଡିଗୋର ଏହି ଅନୁରୋଧକୁ ଗ୍ରହଣ କରିନାହାଁନ୍ତି। କିନ୍ତୁ ବିମାନ ଚଳାଚଳରେ ତୁରନ୍ତ ବାଧା ଏବଂ ଯାତ୍ରୀମାନଙ୍କୁ ଅସୁବିଧାକୁ ଏଡ଼ାଇବା ପାଇଁ, ଥରେ ୩ ମାସର ବୃଦ୍ଧିକୁ ଅନୁମତି ଦିଆଯାଇଛି। ଏହି ଚୂଡ଼ାନ୍ତ ବୃଦ୍ଧି ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୈଧ ରହିବ।

Leave a Reply

Your email address will not be published. Required fields are marked *