Mon. Dec 23rd, 2024

ନ୍ୟୁଜ ଡେକ୍ସ: ସୋମବାର ରାଜ୍ୟରେ ଶୀତ ଲହରୀ ବହିପାରେ । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଏହି ସ୍ଥିତି ରହିବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ଏଭଳି ପୂର୍ବାନୁମାନ କରିଛି । ଅସହ୍ୟ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ଆଜି ସକାଳେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇଛି ।

ତେବେ ଏଭଳି ଅବସ୍ଥା ଆଉ ଦୁଇ ଦିନ ଜାରି ରହିବା ବେଳେ ପାଗରେ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏହା ପରେ ରାତି ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୧୯ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ବି ହାଲୁକାରୁ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା ଅଛି । ସେହିଭଳି ୧୭ ତାରିଖରୁ ରାତି ତାପମାତ୍ରା ବି କମିଯିବ ।

ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିଯିବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଶନିବାର ପଞ୍ଜାବର ଆଦାମପୁର ଦେଶର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ଏଠାରେ ପାରଦ ୧.୩ ଡିଗ୍ରୀକୁ ଖସି ଯାଇଥିଲା । ରାଜସ୍ଥାନର ଚୁରୁରେ ସର୍ବନିମ୍ନ ତାପମାତ୍ରା ୧.୬ ଡିଗ୍ରୀ ରହିଥିଲା । ତେବେ ଓଡ଼ିଶାରେ ଜି ଉଦୟଗିରିର ପାରଦ ସବୁଠୁ ତଳେ ଥିଲା ।

Leave a Reply

Your email address will not be published. Required fields are marked *