Thu. Oct 23rd, 2025

ନ୍ୟୁଜ ଡେକ୍ସ: ଅଭିନେତା ତଥା ନେତା ଥଲାପତି ବିଜୟଙ୍କ ଶେଷ ଫିଲ୍ମ ‘ଥଲପତି 69’ ର ନିର୍ମାତା ଟାଇଟଲ୍ ସହିତ ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ କରିଛନ୍ତି । ପୋଷ୍ଟରରେ ଅଭିନେତା ଭିଡ଼ ମଧ୍ୟରେ ସେଲଫି ନେଉଥିବାର ନଜର ଆସିଛନ୍ତି। ଏହି ଫିଲ୍ମଟି ଏଚ୍ ବିନୋଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି ଏବଂ ଏହି ଫିଲ୍ମର ନାମ ‘ଜନ ନାୟଗନ୍’ ରଖିବାକୁ ସ୍ଥିର କରାଯାଇଛି।

ଏଥିସହିତ ଫିଲ୍ମର ଟାଇଟଲ୍ ମଧ୍ୟ ସେୟାର କରାଯାଇଛି। ବିଜୟଙ୍କ ଶେଷ ଫିଲ୍ମର ନାମ ହେଉଛି ‘ଜନ ନାୟାଗନ’। ତେବେ ଫିଲ୍ମର ରିଲିଜ ତାରିଖ ଏଯାଏଁ ଜଣାପଡିନାହିଁ।ତେବେ ୨୦୨୫ରେ ଫିଲ୍ମଟି ମୁକ୍ତିଲାଭ କରିପାରେ ବୋଲି କୁହାଯାଉଛି। ଅପରପକ୍ଷରେ ଥାଲାପତି ବିଜୟ ରବିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଶେଷ ତଥା ଆଗାମୀ ଫିଲ୍ମର ନାମ ଘୋଷଣା କରିଥିଲେ।

ତେବେ ଥଲାପତି ବିଜୟଙ୍କ ଶେଷ ଫିଲ୍ମର ସୁଟିଂ ଗତ ବର୍ଷ ପାରମ୍ପାରିକ ପୂଜା ସମାରୋହରୁ ଆରମ୍ଭ ହୋଇଥିଲା। ଫିଲ୍ମର ନିର୍ମାତା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କାଷ୍ଟଙ୍କ ସହ ଅନେକ ଫଟୋ ସେୟାର କରିଥିଲେ। ଏହି ପୂଜା ସମାରୋହରେ ଥଲାପତି ବିଜୟ, ବଲିଉଡ ଅଭିନେତା ବବି ଦେଓଲ, ପୂଜା ହେଗଡେ ଏବଂ ଅନ୍ୟ ଷ୍ଟାର କାଷ୍ଟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *