Mon. Dec 23rd, 2024

ନ୍ୟୁଜ ଡେକ୍ସ: ଟ୍ରକ ପଛରୁ ଧକ୍କା ଦେଲା ଟ୍ରକ୍। ବୁଧବାର ବିଳମ୍ବିତ ରାତିରେ ଷ୍ଟିୟରିଂରେ ଚାପି ହୋଇ ରହିଯାଇଛନ୍ତି ଚାଳକ। ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥ ଦରଖଳା ନିକଟରେ ଟ୍ରକ ପଛରୁ ଆଉ ଏକ ଟ୍ରକ୍ ଧକ୍କା ଦେଇଛି । ଫଳରେ ପଛ ଗାଡିର ଡ୍ରାଇଭର ଜଣକ ଟ୍ରକ ଷ୍ଟିୟରିଂରେ ଚାପି ହୋଇ ରହିଯାଇଛନ୍ତି।

ସୂଚନା ମୁତାବକ , ଜାତୀୟ ରାଜପଥ ୨୦ର ଆନନ୍ଦପୁର ଘଟଗାଁ ରାସ୍ତାର ଦରଖଳା ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଦ୍ରୁତ ଗତିରେ ଆସୁଥିବା ଆଉ ଏକ ଟ୍ରକ୍‌ ପିଟିଥିଲା। ଫଳରେ ପଛ ଟ୍ରକ୍‌ର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ଚାପି ହୋଇ ଯାଇଛି। ଆଗ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ଡ୍ରାଇଭରଜଣକ ରାତି ସାରା ଗାଡ଼ିରେ ଚାପି ହୋଇ ଯାଇଥିବା ବେଳେ ସକାଳୁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିବା ଜଣାଯାଇଛି। ଖୁବ୍ ଶିଘ୍ର ସଂପୃକ୍ତ ଡ଼୍ରାଇଭରଙ୍କୁ ଉଦ୍ଧାର କରାଯିବାକୁ ଉଦ୍ୟମ କରାଯାଉଛି। ତେବେ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ସେ ଟ୍ରକ୍‌ରୁ ବାହାରି ନ ଥିବା ଜଣାଯାଇଛି। ଏଥିଯୋଗୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି |

Leave a Reply

Your email address will not be published. Required fields are marked *