Thu. Oct 23rd, 2025

ନ୍ୟୁଜ ଡେକ୍ସ : ‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ରାଜଧାନୀରେ ଗଡୁନି ଆମ ବସ୍। ୪୨ ଦିନ ହେବ ଦରମା ମିଳିନଥିବାରୁ ଡ୍ରାଇଭରଙ୍କ ଆନ୍ଦୋଳନ। ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ଅଟକିଛି ୪୩ଟି ବସ୍‌। ଓଭର ଡ୍ୟୁଟି ଚାପ, ESI ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ।

ତେବେ ସୂଚନା ମୁତାବକ, ଡ଼୍ରାଇଭର ମାନଙ୍କ କହିବା କଥା, ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିଥାଏ। କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ। ତିନିଦିନ ହେବ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି। ଏହା ସହ ଆହୁରି ମଧ୍ୟ ଅଭିଯୋଗ ହୋଇଛି କି, ଆମ ବସ୍‌ କର୍ମଚାରୀଙ୍କ ପାଇଁ ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ,ଏଏସଆଇ ସୁବିଧା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି କର୍ମଚାରୀ ।

ତେବେ କ୍ରୁଟ୍ ଚକ୍ରା ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ ଉଠାଇଥନ୍ତି ଏମାନେ।

Leave a Reply

Your email address will not be published. Required fields are marked *