Tue. Dec 24th, 2024

ନ୍ୟୁଜ ଡେକ୍ସ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ତିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି। ଏବଂ ୬ ଜଣ ଗୁରୁତରଙ୍କୁ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୪ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି, ଚିକିତ୍ସିତ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଷ୍ଟ ମର୍ଟମ କିମ୍ବା ଖାଦ୍ୟ ରିପୋର୍ଟ ଏଯାଏଁ ହସ୍ତଗତ ହୋଇନାହିଁ।

ଯାହା କ୍ଲିନିକାଲ ରିପୋର୍ଟରୁ ଜଣାପଡ଼ିଛି ଏସସିବିରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ହେପାଟାଇଟିସ ହୋଇଛି। ଏହା ଫଲିମିନାଣ୍ଟ ହେପାଟାଇଟିସ ଫେଲୁଏର୍ । ଯାହା ଫଙ୍ଗାଲ ସଂକ୍ରମଣ ଯୋଗୁଁ ହୁଏ। ଯେଉଁମାନେ ପ୍ରଥମ ଦିନ ଆମ୍ବ ଟାକୁଆ ଜାଉ ଖାଇଲେ ସେଥିରେ କୌଣସି ଅସୁବିଧା ନଥିଲା। କିନ୍ତୁ ଦୁଇରୁ ତିନି ଦିନ ରଖିବା ଫଳରେ ସେଥିରେ ଫଙ୍ଗାଲ୍ ଗ୍ରୋଥ ହେଲା ଏବଂ ଟକ୍ସିନ ହେଲା। ଟକ୍ସିନ ହେବା ପରେ ବଡି ଟକ୍ସିକ ହୋଇଥିଲା। ଟକ୍ସିକ ହେବା ଫଳରେ ଲଙ୍ଗସ ଓ କିଡନି ଫେଲ୍ ହୋଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଯିଏ ଯେତେ ମାତ୍ରାରେ ଆମ୍ବ ଟାକୁଆ ଜାଉ ଖାଇଛନ୍ତି, ସେତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି।

ଦୁଇ ଜଣ ଏବେ ଅତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଲିଭର ଓ ମଲ୍ଟି ଅର୍ଗାନ ଫେଲୁଅର ହୋଇଛି। ଏଯାଏଁ ଖାଦ୍ୟ ନମୁନାର ରିପୋର୍ଟ ଆସିନାହିଁ। ଆମ୍ବ ଟାକୁଆ ଜାଉ ଯେଉଁ ପ୍ରଥମ ଦିନ ଖାଇଲେ, ସେଥିରେ କିଛି ହେଲାନି। ହେଲେ ଦୁଇ ଦିନ ରଖିକି ଯେଉଁ ଜାଉ ରୋଷେଇ ଖାଇଲେ, ତାହା ଫଙ୍ଗଲ ଗ୍ରୋଥ୍ ହୋଇଗଲା। ଯାହା ବିଷାକ୍ତ ହୋଇଗଲା ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ।

Leave a Reply

Your email address will not be published. Required fields are marked *