Thu. Oct 23rd, 2025

ନ୍ୟୁଜ ଡେକ୍ସ : ପାଖେଇ ପାଖେଇ ଆସୁଛି ଆଲୋକର ପର୍ବ ଦିପାବଳୀ। ଉତ୍ସବର ମାହୋଲ ମଧ୍ୟରେ ଦେଶର ଚାଷୀମାନଙ୍କ ପାଇଁ ଖୁସିର ଖବର ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଦିନ ସେ କୃଷି କ୍ଷେତ୍ର ପାଇଁ ୩୫,୪୪୦ କୋଟି ଟଙ୍କାର ଦୁଇଟି ମେଗା ଯୋଜନା ଆରମ୍ଭ କରିଛନ୍ତି — ‘ଡାଲି ସ୍ୱାବଲମ୍ବୀ ମିଶନ’ ଏବଂ ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’।

ସମାଜବାଦୀ ନେତା ଜୟପ୍ରକାଶ ନାରାୟଣଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ଏହି ଯୋଜନାଗୁଡିକ ଉଦଘାଟନ କଲେ। ଏହି ସମୟରେ ସେ କୃଷି, ପଶୁପାଳନ, ମତ୍ସ୍ୟପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୫୪୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦଘାଟନ କରିଥିଲେ ଏବଂ ୮୧୫ କୋଟି ଟଙ୍କାର ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

‘ଡାଲି ସ୍ୱାବଲମ୍ବୀ ମିଶନ’ ପାଇଁ ମୋଟ ୧୧,୪୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ଲକ୍ଷ୍ୟ ହେଉଛି ୨୦୩୦-୩୧ ଫସଲ ବର୍ଷ ସୁଦ୍ଧା ଦେଶର ଡାଲି ଉତ୍ପାଦନକୁ ବର୍ତ୍ତମାନର ୨୫୨.୩୮ ଲକ୍ଷ ଟନ୍‌ରୁ ୩୫୦ ଲକ୍ଷ ଟନ୍‌କୁ ବୃଦ୍ଧି କରିବା ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା।

Leave a Reply

Your email address will not be published. Required fields are marked *