ନ୍ୟୁଜ ଡେସ୍କ: ଶୀତ ଋତୁ ଆସିବା ପୂର୍ବରୁ ଦିଲ୍ଲୀର ଅବସ୍ଥା ବେହାଲ ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ଖରାପ ହୋଇଛି । ଏୟାର କ୍ବାଲିଟି ଇଣ୍ଡେକ୍ସ ୩୦୦ ଉପରକୁ ଯାଇଥିବା ବେଳେ ବାୟୁର ମାନ ‘ଅତି ଖରାପ’ ସ୍ତରକୁ ଚାଲିଯାଇଛି । ଏୟାର କ୍ବାଲିଟି ଇଣ୍ଡେକ୍ସ ୩୦୦ ଉପରକୁ ଯାଇଥିବା ବେଳେ ବାୟୁର ମାନ ‘ଅତି ଖରାପ’ ସ୍ତରକୁ ଚାଲିଯାଇଛି। ଏବେଠାରୁ ବିଷ ବାୟୁରେ ଅଣନିଶ୍ବାସୀ ହୋଇ ପଡିଛନ୍ତି ରାଜଧାନୀବାସୀ ।
ଶୀତ ଋତୁରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମରେ ପହଞ୍ଚିଯାଏ । ଏଥିପାଇଁ ଦିଲ୍ଲୀବାସୀ ପ୍ରସ୍ତୁତି କରୁଥିବା ବେଳେ ହଠାତ ଗତକାଲି ଦିଲ୍ଲୀର ଏକ୍ୟୁଆଇ ୩୦୦ ଟପିଯିବା ପରେ ଚିନ୍ତା ପ୍ରକାଶ ପାଇଛି। ଶୀତ ଋତୁ ଆସିବା ପୂର୍ବରୁ ଦିଲ୍ଲୀ ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (GRAP) ସଂଶୋଧନ କରାଯାଇଛି। ଏକ୍ୟୁଆଇ ୨୦୦ ଟପିବା ପରେ ଅନ୍ତରାଜ୍ୟ ବସ ଚଳାଚଳ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ବିଏସ-୩ ବସ୍ ବିଶେଷ କରି ଡିଜେଲ ଚାଳିତ ବସ୍ ଉପରେ ରୋକ ଲାଗିଛି। ଏହା ପୂର୍ବରୁ ଦିଲ୍ଲୀ ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (GRAP) ସଂଶୋଧନ କରାଯାଇଛି । ଏକ୍ୟୁଆଇ ୨୦୦ ଟପିବା ପରେ ଅନ୍ତରାଜ୍ୟ ବସ ଚଳାଚଳ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ବିଏସ-୩ ବସ୍ ବିଶେଷ କରି ଡିଜେଲ ଚାଳିତ ବସ୍ ଉପରେ ରୋକ ଲାଗିଛି ।
ଅନ୍ୟପଟେ, ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିଲେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ । ତେଣୁ ବାହାରକୁ ଯିବା ସମୟରେ ମାସ୍କ ଲଗାଇବାକୁ ଲୋକମାନଙ୍କୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁର ମାନ ଅତି ଖରାପ ସ୍ତରକୁ ଖସିଆସିଥିବା ଜଣାପଡ଼ିଛି । ଶୀତ ଋତୁରେ ଦିଲ୍ଲୀରେ ବାୟୁର ମାନ ଖରାପ ହେବା ପଛରେ ଅନେକ କାରଣ ରହିଛି । ଏହି ସମୟରେ ପଡ଼ୋଶୀ ରାଜ୍ୟରେ ନଡ଼ା ପୋଡ଼ି ଘଟଣା ମଧ୍ୟ ବୃଦ୍ଧି ପାଇଥାଏ ।