Thu. Oct 23rd, 2025

ନ୍ୟୁଜ ଡେକ୍ସ: ଦିଲ୍ଲୀରେ ଆମ ଆଦମୀ ପାର୍ଟୀର ୧୩ ଜଣ କାଉନସିଲର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଖାଲି ଇସ୍ତଫା ଦେଇନାହାନ୍ତି, ଏକ ତୃତୀୟ ସାମ୍ମୁଖ୍ୟ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି ।ଦିଲ୍ଲୀରେ କ୍ଷମତାରୁ ବାହାର ହେବା ପରେ, ଆମ ଆଦମୀ ପାର୍ଟିକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦଳର ଅନେକ ବରିଷ୍ଠ ନେତା ଦିଲ୍ଲୀରେ ଏକ ନୂତନ ଗୋଷ୍ଠୀ ଗଠନ କରିବାକୁ ଘୋଷଣା କରିଛନ୍ତି।

ଏବେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନରେ ଏକ ତୃତୀୟ ସାମ୍ମୁଖ୍ୟ ଗଠନ ହେବ, ଯାହାର ନେତା ହେବେ ମୁକେଶ ଗୋୟଲ, ଯିଏକି ଦିଲ୍ଲୀ ନଗର ନିଗମରେ ଆପ୍ ପାଇଁ ଗୃହର ନେତା ରହିଛନ୍ତି । ତାଙ୍କ ନେତୃତ୍ବରେ ସମସ୍ତ ପୌର ପରିଷଦ ସଦସ୍ୟ ଇସ୍ତଫା ଦେଇ ଏକ ନୂଆ ଦଳ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଆପକୁ ଝଟକା ଦେଇଥିବା ବେଳେ ଏବେ ମ୍ୟୁନିସିପାଲ କର୍ପୋରେସନରେ ଏକ ବଡ଼ ଅସ୍ଥିରତା ସୃଷ୍ଟି କରିଛି । ହେମଚନ୍ଦ୍ର ଗୋୟଲଙ୍କ ନେତୃତ୍ୱରେ ଏକ Third Front Party ଗଠନ ହେବାକୁ ଯାଉଛି। ସମସ୍ତ ନିଗମ କାଉନସିଲର ଇସ୍ତଫା ଦେଇ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟୀ’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ପାର୍ଟୀର ଲିଡର ମୁକେଶ ଗୋୟଲ ହେବେ।ତେବେ ଇସ୍ତଫା ଦେଇଥିବା ୧୩ ଜଣ କାଉନସିଲରଙ୍କ ମଧ୍ୟରେ ,ହେମନ ଚାନ୍ଦ ଗୋୟଲ, ଦିନେଶ ଭରଦ୍ୱାଜ, ହିମାନୀ ଜୈନ, ଉଷା ଶର୍ମା, ସାହେବ କୁମାର, ରାଖି କୁମାର, ଅଶୋକ ପାଣ୍ଡେ, ରାଜେଶ କୁମାର, ଅନିଲ ରାଣା, ଦେବେନ୍ଦ୍ର କୁମାର ପ୍ରମୁଖ ସାମିଲ ରହିଛନ୍ତି ।ସମସ୍ତ କାଉନସିଲରମାନେ ଏକ ସାଧା କାଗଜରେ ସେମାନଙ୍କର ନାମ ଲେଖି ଦସ୍ତଖତ କରିଛନ୍ତି।

Leave a Reply

Your email address will not be published. Required fields are marked *