ନ୍ୟୁଜ ଡେକ୍ସ: ଜଣେ ପୂର୍ବତନ ସାଂସଦଙ୍କୁ ଠକେଇ କରି ବିଷ୍ଣୁପ୍ରିୟା ଚାନ୍ଦ ଓରଫ ରାକ୍ଷୀ ଓରଫ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍ ମହାନ୍ତିଙ୍କ ପାଇଁ ଅଡୁଆ ବଢ଼ିଛି । ଅଳ୍ପ ଦିନରେ କେମିତି ସେ କୋଟି କୋଟି ଟଙ୍କା ରୋଜଗାର କଲେ ତାକୁ ନେଇ ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ (ଆଇଟି) । ମଙ୍ଗଳବାର ବିଭାଗ ପକ୍ଷରୁ ହଂସିକା ଓ ଅନିଲ୍ଙ୍କ ଫ୍ଲାଟ୍, ନୟାପଲ୍ଲୀ ଘର, ଦିଲ୍ଳୀରେ ଥିବା ଢାବା, ଝାଡ଼ଖଣ୍ଡରେ ଥିବା ହଂସିକାଙ୍କ ଅଫିସ୍, ରଘୁନାଥପୁରରେ ଥିବା ଅନିଲ୍ଙ୍କ ଅଫିସ୍ ସହ ୧୨ଟି ସ୍ଥାନରେ ଚଢ଼ଉ କରିଛି ।
ଗତକାଲି ଠକ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତିଙ୍କ ଘରେ ଆୟକର ଟିମ୍ ପକ୍ଷରୁ ଚଢାଉ ହୋଇଥିଲା । ଭୁବନେଶ୍ବର ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ଟିମ୍ । ହଂସିତା ଅଭିଲିପ୍ସାଙ୍କ ଦିଲ୍ଲୀରେ ଥିବା ଢାବା ଆଣ୍ଡ ବାରରେ ମଧ୍ୟ ଚଢାଉ ଚାଲିଥିଲା । ଏହାବ୍ୟତୀତ ଅନିଲଙ୍କ ନୟାପଲ୍ଲୀ ସ୍ଥିତ ପୈତୃକ ଘର, ମଞ୍ଚେଶ୍ବରରେ ଥିବା ଅଫିସ,ଏମ୍ସ୍ ନିକଟରେ ଥିବା ପତ୍ନୀଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା। ଚଢାଉ ବେଳେ ହଂସିତା ଏବଂ ଅନୀଲଙ୍କର ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍ର ଖୋଳତାଡ଼ କରୁଛି ବିଭାଗ ।
ବିନା ଲୋନ୍ରେ ଦାମୀ କାର୍ କିଣିବାକୁ ନେଇ କିଛି ଦିନ ତଳେ ବିବାଦରେ ପଡ଼ିଥିଲେ ଠକ ହଂସିତା । ତେବେ ଆଜି ମଧ୍ୟ ୨ୟ ଦିନରେ ଚଢାଉ ଜାରି ରଖିଛି ଆୟକର ବିଭାଗ । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଟିମ୍ । ସେପଟେ ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ପକ୍ଷରୁ ମଧ୍ୟ ଆଜି ଅନିଲ୍ଙ୍କ ରଘୁନାଥପୁର ଅଫିସ୍ରେ ଚଢ଼ଉ କରାଯାଇଥିଲା । ଅଫିସ୍ ରୁମ୍ ତାଲା ପଡ଼ିଥିଲା । ପୁଲିସ୍ ଉକ୍ତ ତାଲା କାଟି ଅଫିସ୍ରେ ପଶି ସେଠାରୁ ବହୁ କାଗଜପତ୍ର ଜବତ କରିଛି । ଗତକାଲି ଅନିଲ୍ଙ୍କ ପତ୍ନୀଙ୍କୁ ପୁଲିସ୍ ଜେରା କରିଥିଲା । ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ।