Thu. Oct 23rd, 2025

ନ୍ୟୁଜ ଡେକ୍ସ : ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ। ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ବିଶେଷ କରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ ପଦବୀ ପୂରଣ ଉପରେ ଆଲୋଚନା ହୋଇପାରେ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ବରିଷ୍ଠ କେନ୍ଦ୍ରୀୟ ନେତାମାନଙ୍କୁ ଭେଟିବାର ସମ୍ଭାବନା ରହିଛି। ରାଜ୍ୟ କମିଟି ଗଠନ, ବୋର୍ଡ ଏବଂ ନିଗମ ନିଯୁକ୍ତି ଏବଂ ଓଡ଼ିଶାରେ ବିଜେପିର ଗଠନକୁ ମଜବୁତ କରିବା ପାଇଁ ଆବଶ୍ୟକ ଅନ୍ୟାନ୍ୟ ସାଂଗଠନିକ ବିଷୟ ଉପରେ ଏହି ଗସ୍ତରେ ଆଲୋଚନା ହୋଇପାରେ । ଅନ୍ୟପଟେ ଏବେ ରାଜ୍ୟରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଗସ୍ତକୁ ଗୁରୁତ୍ବପୂର୍ଣ୍ଣ ମଣାଯାଉଛି ।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଦିଲ୍ଲୀରେ ଶୀର୍ଷ ନେତାଙ୍କୁ ଭେଟିପାରନ୍ତି ଉଭୟ ନେତା । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ହୋଇପାରେ। ମନ୍ତ୍ରିମଣ୍ଡଳରେ ଖାଲି ପଡ଼ିଛି ୬ଟି ମନ୍ତ୍ରୀ ପଦ। ଜଣେ ଜଣେ ମନ୍ତ୍ରୀଙ୍କ ହାତରେ ଅଛି ଏକାଧିକ ବିଭାଗ। କିଏ ପଡିବେ ବାଦ, କିଏ ହେବେ ସାମିଲ ତାକୁ ନେଇ ଚର୍ଚ୍ଚା।ସେହିପରି କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ସହିତ ରାଜ୍ୟସ୍ତରୀୟ ରଣନୀତିକୁ ସମାନ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ଦିଲ୍ଲୀ ଗସ୍ତ ଗୁରୁତ୍ୱପୂର୍ଣ୍ଣ।

Leave a Reply

Your email address will not be published. Required fields are marked *