Sun. Feb 22nd, 2026

ନ୍ୟୁଜ ଡେକ୍ସ: ଦୀଘା ମନ୍ଦିରରୁ ହଟିଲା ଜଗନ୍ନାଥ ଧାମ ଲେଖା । ପୁରୀରେ ପ୍ରବଳ ବିରୋଧ ପରେ ନଇଁଲେ ମମତା । ସୋସିଆଲମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ଅମିତ ମାଲବ୍ୟ । ବିଜେପି ମିଡିଆ ସେଲ ଅଧ୍ୟକ୍ଷ ଅଛନ୍ତି ଅମିତ ମାଲବ୍ୟ । ସେ ଏକ୍ସରେ ଲେଖିଛନ୍ତି, ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ । ଫେଲ ମାରିଲା ମମତାଙ୍କ ବିଭାଜନ ରଣନୀତି ।

ଏନେଇ ଦିଦି କହିଛନ୍ତି, ସେ ଉଭୟ ମନ୍ଦିରକୁ ସମ୍ମାନ କରନ୍ତି। ଆମେ ପୁରୀର ମନ୍ଦିରକୁ ସମ୍ମାନ କରୁ ଏବଂ ଆମେ ଜଗନ୍ନାଥ ଧାମକୁ ମଧ୍ୟ ସମ୍ମାନ କରୁ। କାଳୀ ମନ୍ଦିର ଏବଂ ଗୁରୁଦ୍ୱାର ସାରା ଦେଶରେ ସବୁଠି ଅଛି। ମନ୍ଦିର ସବୁ ସ୍ଥାନରେ ଅଛି… ଏହି ପ୍ରସଙ୍ଗରେ ବିଜେପିର ଏତେ କ୍ରୋଧ କାହିଁକି? ବୋଲି ପ୍ରଶ୍ନ କରି, ମୂଳ ଜଗନ୍ନାଥଙ୍କ ଧାମକୁ ଖାଲି ପୁରୀ ମନ୍ଦିର କହିବା ସହ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ସମ୍ବୋଧିତ କରିଛନ୍ତି। ଯାହାର କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମମତାଙ୍କୁ ହିନ୍ଦୁ ବିରୋଧୀ ମୁଖ୍ୟମନ୍ତ୍ରୀ ଓ ଜଗନ୍ନାଥ ବିରୋଧୀ ବୋଲି ସମ୍ବୋଧିତ କରିଛନ୍ତି। ସେପଟେ ରାଜ୍ୟ ସରକାର ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପ୍ରଚାର କରିବା ଉପରେ ଆପତ୍ତି ଉଠାଉଥିବାବେଳେ ଆଜି ଦୀଘାରେ ଲାଗୁଥିବା ଜଗନ୍ନାଥ ଧାମ ନାମ ଫଳକ ହଟାଇଦିଆଯାଇଛି।

ତେବେ ବିବାଦ ମଧ୍ୟରେ, ଓଡ଼ିଶା ସରକାର ରବିବାର ଦିନ ଜଗନ୍ନାଥ ଧାମ ହଟାଇବା ନେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ଏକ ଚିଠି ପଠାଇବାକୁ ଚାହୁଁଥିବା ନେଇ ମତ ଆସିବା ପରେ, ଏହି ପଦକ୍ଷେପ ସାମ୍ନାକୁ ଆସିଛି। କିନ୍ତୁ ମନ୍ଦିରର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏବେ ବି ଜଗନ୍ନାଥ ଧାମ ଲେଖା ହୋଇଛି। ତେଣୁ ଦିଦିଙ୍କ ମତ ଆଉ ଦୋମୁହାଁ ନୀତି ନେଇ ଏବେ ଅସନ୍ତୋଷ ଆହୁରି ତେଜିଛି।

Leave a Reply

Your email address will not be published. Required fields are marked *