Fri. Oct 24th, 2025

ନ୍ୟୁଜ ଡେକ୍ସ : ଦୀପାବଳି ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ବାଣ ଫୁଟାଇବା ସମ୍ପର୍କରେ କମିଶନରେଟ୍ ପୋଲିସ ନିକଟରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଡିସିପି ଜଗମୋହନ ମୀନା ଜଣାଇଛନ୍ତି ଯେ, ଦୀପାବଳି ଦିନ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ — ମାତ୍ର ଦୁଇ ଘଣ୍ଟା ପାଇଁ ଭୁବନେଶ୍ୱର ବାସିନ୍ଦାଙ୍କୁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି।

କମିଶନରେଟ୍ ପୋଲିସ ଚେତାବନୀ ଦେଇଛି ଯେ, ନିର୍ଦ୍ଧାରିତ ସମୟ ସୀମା ପରେ ଯଦି କେହି ବାଣ ଫୁଟାଇବେ, ତେବେ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ରାତି ୯ଟା ପରେ ବାଣ ଫୁଟାଇବା ସଂପୂର୍ଣ୍ଣ ମନା କରାଯାଇଛି।ସେହିପରି, ପର୍ବ ସମୟରେ ମଦ୍ୟପାନ କରି ଯଦି କେହି ଗାଡ଼ି ଚଳାଇଥିବେ, ତେବେ ତାଙ୍କ ଗାଡ଼ି ଜବତ ହେବ ଏବଂ ଗିରଫ କରାଯିବା ସହିତ କଠୋର ଆଇନ ଅନୁସାରେ ଦଣ୍ଡ ଦିଆଯିବ।

ସମସ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂ ଦଳ ନିୟୋଜିତ କରାଯିବା ସହିତ ରାତିରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି। ଏହା ସହିତ, ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ପୋଲିସ ପକ୍ଷରୁ ସଚେତନତା ବାର୍ତ୍ତା ମଧ୍ୟ ଜାରି ହୋଇଛି।

Leave a Reply

Your email address will not be published. Required fields are marked *