Thu. Oct 23rd, 2025

ଦୀପାବଳି ଦ୍ବନ୍ଦ୍ବ ହେଲା ଦୂର, ୨୦ ତାରିଖରେ ହେବ କାଳୀ ପୂଜାନ୍ୟୁଜ ଡେକ୍ସ : ଦୀପାବଳି ଓ ପୟାଶ୍ରାଦ୍ଧ ତାରିଖ ନେଇ ଜନମାନସରେ ଚାଲୁଥିବା ଦ୍ବନ୍ଦ୍ବକୁ ଅବଶେଷରେ ଦୂର କରିଛନ୍ତି ମୁକ୍ତି ପଣ୍ଡିତ ମହାସଭା। ଆଜି ଆୟୋଜିତ ପ୍ରେସମିଟ୍‌ରେ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏବେର ଦୀପାବଳି, କାଳୀ ପୂଜା, ପୟାଶ୍ରାଦ୍ଧ ବା ବଡ଼ବଡୁଆ ପର୍ବ ଏକେ ଦିନ, ଅର୍ଥାତ୍ ଅକ୍ଟୋବର ୨୦ତାରିଖ (ସୋମବାର) ରେ ପାଳିତ ହେବ।

ସଭାର ପଣ୍ଡିତମାନେ ସୂଚନା ଦେଇଛନ୍ତି ଯେ, ୨୦ ତାରିଖ ଦିନ ଦୁପର ୩ଟା ୨୩ରୁ ପୟାଶ୍ରାଦ୍ଧ ଆରମ୍ଭ ହେବ, ଯାହା ଶାସ୍ତ୍ରାନୁସାରେ ଶୁଭ ସମୟ ବୋଲି ଘୋଷିତ ହୋଇଛି।ଏଥିପାଇଁ ସରକାରଙ୍କ ନିକଟରେ ୨୦ ତାରିଖ ଛୁଟି କରିବା ଲାଗି ମୁକ୍ତି ମଣ୍ଡପ ପଣ୍ଡିତ ସଭା ନିବେଦନ କରିଛି ।ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ବିଧି ରହିଛି ।

ଓଡିଆ ଘରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡକାଯାଏ । ବଡ଼ବଡ଼ୁଆ ହୋ ! ଅନ୍ଧାରରେ ଆସି ଆଲୁଅରେ ଯାଅ । ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ,. ପୁରୁଷୋତ୍ତମରେ ମହାପ୍ରସାଦ ଖାଇ. ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ ।ବିଧି ମୁତାବକ ଫଳ, ଫୁଲ, ଚନ୍ଦନ ଆଦି ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରାଦ୍ଧ ଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *