ନ୍ୟୁଜ ଡେକ୍ସ: ଦୀପାବଳି ସରିବା ପରେ ରାଜଧାନୀ ଦିଲ୍ଲୀ ଆକାଶ ଏବେ ଧୂଆଁମୟ ହୋଇଯାଇଛି। ଏନ୍ସିଆରରେ ଥଣ୍ଡା ବର୍ତ୍ତମାନ ସୁଦ୍ଧା ପଡ଼ିନାହିଁ। ଲୋକମାନେ ଏପର୍ଯ୍ୟନ୍ତ ଏସି ଏବଂ ଫ୍ୟାନ୍ ଚଳାଇ ଶୋଉଛନ୍ତି। ତଥାପି ପାଣିପାଗ ଏହାର ଗତିପଥ ବଦଳାଇ ଦେଇଛି। କଶ୍ମୀରର ଅନେକ ସ୍ଥାନରେ ବର୍ଷା ହୋଇଛି। ଏହି କାରଣରୁ ପାଗ ଶୁଖିଲା ରହିଛି।
ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମୁତାବକ ଶୁକ୍ରବାର ସକାଳେ ଇଣ୍ଡିଆ ଗେଟ ସମେତ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୪୦୦ ନିକଟତର ହୋଇଛି । ଗୁରୁବାର ଦିପାବଳୀ ପାଳନ ପରେ ବିଭିନ୍ନ ସ୍ଥାନର ଏକ୍ୟୁଆଇ ଖରାପ ଶ୍ରେଣୀରୁ ଅତି ଖରାପ ଶ୍ରେଣୀକୁ ଯାଇଥିବା ବେଳେ ଏହାକୁ ନେଇ ପରିବେଶବିତଙ୍କର ଚିନ୍ତା ବଢିଛି । ଦିଲ୍ଲୀରେ ୮ଟି ମନିଟରିଂ ଷ୍ଟେସନ୍ ତଥା ନିରୀକ୍ଷଣ କେନ୍ଦ୍ର ରେଡ୍ ଜୋନ୍ରେ ଅଛି | ଶୁକ୍ରବାର ସକାଳେ ଲୋକଙ୍କୁ ନିଃଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଛି।
ଆଖି ପୋଡ଼ାଜଳା ଏବଂ ଗଳା ଯନ୍ତ୍ରଣା ହେବାର ଅଭିଯୋଗ ମଧ୍ୟ ହୋଇଛି। ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପ ହୋଇପଡ଼ିଥିବା ରେକର୍ଡ କରାଯାଇଛି। ଦୀପାବଳି ପୂର୍ବରୁ ମଧ୍ୟ ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୦୦ଅତିକ୍ରମ କରିଥିଲା। ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ରହିଛି।