Thu. Oct 23rd, 2025

ନ୍ୟୁଜ ଡେକ୍ସ : ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ଶେଷ ହୋଇଛି । ଦୁଇ ଅଭିଯୁକ୍ତ ବିଜୟ ମିଶ୍ର ଏବଂ ଜୟନ୍ତ କୁମାର ରାଉତଙ୍କ ଜାମିନ ଆବେଦନର ଶୁଣାଣି ଶେଷ । ରାୟ ସଂରକ୍ଷିତ ରଖିଲେ କଟକ ୩ୟ ଏଡିଜେ ।ସେପଟେ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଯାହାର ଅବଧି ଶେଷ ହୋଇଛି । ରିମାଣ୍ଡ ପରେ ଜେଏମଏଫସି କୋର୍ଟରେ ହାଜର କରାଇଲା କ୍ରାଇମବ୍ରାଞ୍ଚ ।

ଏହା ପୂର୍ବରୁ ସନାତନ ବିଶୋଇ ଏବଂ ରାମଜୀ ପ୍ରସାଦ ଗୁପ୍ତାଙ୍କ ରିମାଣ୍ଡ ପରେ ଏବେ ଉଭୟଙ୍କୁ ଚୌଦ୍ୱାର ଜେଲ୍ ପଠାଯାଇଛି । ତେବେ ପୂର୍ବରୁ ରିମାଣ୍ଡରେ ଆସିଥିବା ଦୁଇ ଅଭିଯୁକ୍ତ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତେନ ମହାରଣା ରାମଜୀଙ୍କ ତଥ୍ୟ ଦେଇଥିବା ବେଳେ ଏହିଭଳି ଲିକ୍ ଘଟଣାରେ ରାମଜୀ କିଭଳି ଲୋକ ଯୋଗାଡ଼ କରନ୍ତି ଆଉ କେତେ କେତେ ଟଙ୍କାରେ ଡ଼ିଲ୍ କରନ୍ତି ସେ ନେଇ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଲିକ୍ ପାଇଁ କେଉଁ କେଉଁ ଜିଲ୍ଲାରୁ କେଉଁ ମାନଙ୍କୁ ଯୋଗାଡ କରି କେତେ ଟଙ୍କାରେ ଲିକ୍ କରାଯାଇଛି ଆଉ ଏହି ସମ୍ପୂର୍ଣ୍ଣ ରାକେଟର ମିଲି ଭାଗତରେ କିଭଳି ଲିକ୍ କରାଯାଏ ସେ ନେଇ ସନାତନ ବିଶୋୟୀକୁ ଗୁଡେଇ ତୁଡେଇ ଜେରା କରାଯାଇଛି ।

ଏଥିସହ ଦୁଇ ଅଭିଯୁକ୍ତଙ୍କ ଗିରଫ ହୋଇଥିବା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କୁ କେବେ ଠାରୁ ଜାଣିଛନ୍ତି ଆଉ କେଉଁ କେଉଁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିହାର ଓ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ହାତ ଅଛି କି ନାହିଁ ମଧ୍ୟ ଜେରା କରାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ । ତେବେ ଗୋଟିଏ ଦିନର ରିମାଣ୍ଡ ଅବଧି ଶେଷ ପରେ ଶୁକ୍ରବାର ଉଭୟଙ୍କୁ କୋର୍ଟରେ ହାଜର କରାଇ ଜେଲ୍ ପଠାଇଛି କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *