Mon. Dec 23rd, 2024

ନ୍ୟୁଜ ଡେକ୍ସ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ୪୯ନମ୍ବର ଜାତୀୟ ରାଜପଥର ବୈତରଣୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ ମୁହାଁମୁହିଁଁ ଧକ୍କା ହେବା ଫଳରେ ଗାଡ଼ି ମଧ୍ୟରେ ଚାପି ହୋଇ ରହିଛନ୍ତି ତିନି ଜଣ। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

ସୂଚନା ମୁତାବକ, ଏନଏଚ୪୯ ବୈତରଣୀ ପୋଲ ନିକଟରେ ଦୁଇଟି ଟ୍ରକ୍ ମୁହାମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ଗାଡ଼ିର ଡ୍ରାଇଭର ଚାପି ହୋଇ ରହିଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାରି ଭିତରେ ଦୀର୍ଘ ୪ ଘଣ୍ଟା ଧରି ଗାଡ଼ି ଭିତରେ ଚାପି ହୋଇ ରହିଥିଲେ ଡ୍ରାଇଭର ।

ଖବର ପାଇ ଘଟଣାସ୍ଥଳରେ ଉଭୟ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଅଗ୍ନିଶମ ବାହିନୀ ଦ୍ୱାରା କଟର ସାହାଯ୍ୟରେ କାଟି ଉଦ୍ଧାର କାର୍ଯ୍ୟ ଜାରି ରହିଛି । କରଞ୍ଜିଆ, ତୁରୁମୁଙ୍ଗା ପୁଲିସ ସହିତ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ୩ ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି। ଗାଡ଼ି ଭିତରେ ୩ ଜଣ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି।

Leave a Reply

Your email address will not be published. Required fields are marked *