ନ୍ୟୁଜ ଡେସ୍କ: ଦୁବାଇରୁ ଧରା ପଡିଲା ମହାଦେବ ଅନଲାଇନ୍ ବେଟିଂ ଆପ୍ର ମାଲିକ । ଇଣ୍ଟରପୋଲର ରେଡ୍ କର୍ଣ୍ଣର ନୋଟିସ ପରେ ଦୁବାଇରୁ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରକରଙ୍କୁ ଅଟକ ରଖିଛି ପୋଲିସ । ସପ୍ତାହେ ଭିତରେ ସୌରଭଙ୍କୁ ଭାରତ ଅଣାଯିବା ନେଇ ସମ୍ଭାବନା ରହିଛି ।
ଦେଶର ବିଭିନ୍ନ ରାଜ୍ୟରେ ମହାଦେବ ଆପ୍ ବିରୋଧରେ ମାମଲା ରହିଛି । ସପ୍ତାହେ ଭିତରେ ଇଡି ସୌରଭଙ୍କୁ ଭାରତ ଆଣିପାରେ ବୋଲି କୁହାଯାଉଛି। ସୌରଭ ଚନ୍ଦ୍ରାକରଙ୍କୁ ଦୁବାଇରେ ଅଟକ ରଖିଥିବା ନେଇ ଇଣ୍ଟରପୋଲ ପକ୍ଷରୁ ସିବିଆଇକୁ ସୂଚିତ କରାଯାଇଛି । ଇଡିର ଅନୁରୋଧ କ୍ରମେ ଏହି ଗିରଫଦାରୀ କରାଯାଇଥିବା ଜଣାଯାଇଛି। ବିଦେଶ ମନ୍ତ୍ରାଳୟ ଓ ଗୃୟ ମନ୍ତ୍ରାଳୟ ସହ ମିଶି ଇଡି ଏହି ଅପରେସନ ଚଳାଇଥିଲେ।
ଗତକାଲି ୟୁଏଇ ଅଧିକାରୀ ଭାରତର ବିଦେଶ ମନ୍ତ୍ରାଳୟକୁ ଫୋନ୍ କରି ଦୁବାଇରେ ସୌରଭ ଚନ୍ଦ୍ରକାରଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ଭାରତ ଅଣାଯିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛିମହାଦେବ ବେଟିଂ ଆପ୍ର ମାଷ୍ଟର ମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କର D କମ୍ପାନୀ ସହ ଲିଙ୍କ ଥିବା ଜଣାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ମହାଦେବ ଆପ୍ ବିରୋଧରେ ମାମଲା ରହିଛି ।