Sun. Feb 22nd, 2026

ନ୍ୟୁଜ ଡେକ୍ସ: ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ରହିବ ଟ୍ରାଫିକ କଟକଣା। ଆସନ୍ତା ୯ ତାରିଖରୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ବରରେ ଟ୍ରାଫିକ କଟକଣା ଜାରି ରହିବ। ସେହିପରି ଭୁବନେଶ୍ବରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ।

ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ। ସୂଚନା ମୁତାବକ, ଭୁବନେଶ୍ୱରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡାରୁ ପଳାଶୁଣୀ ଯାଏ ଉଭୟ ପାର୍ଶ୍ୱର ସର୍ଭିସ ରୋଡ୍, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଳି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ ।

କଟକରେ ମଧ୍ୟ ବିଭିନ ରାସ୍ତା ଜାରି ହେଇଛି କଟକଣା । ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତା ଓ ତତସଂଲଗ୍ନ ରାସ୍ତାରେ କଟକଣା ଜାରି ହୋଇଛି। ସେହିପରି କଟକରେ ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏ ଲାଗୁ ହେବ ଟ୍ରାଫିକ କଟକଣା। ସର୍ବସାଧାରଣଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ।

Leave a Reply

Your email address will not be published. Required fields are marked *