ନ୍ୟୁଜ ଡେକ୍ସ: କାର୍ଯ୍ୟରେ ଯୋଗଦେବାର ଥିଲା ଦିନ। ହେଲେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଥିଲା ଆଇପିଏସ୍ ଅଧିକାରୀଙ୍କ ଜୀବନ। କର୍ଣ୍ଣାଟକରୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଚାକିରିର ପ୍ରଥମ ଦିନରେ ରାଜ୍ୟ କ୍ୟାଡରର ଜଣେ IPS ଅଧିକାରୀଙ୍କ ହୋଇଛି ମୃତ୍ୟୁ । ସୋମବାର ସେ ତାଙ୍କ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜୀବନ।
ମୃତକ ଜଣକ ହେଉଛନ୍ତି ଯୁବ IPS ଅଫିସର ହର୍ଷ ବର୍ଦ୍ଧନ (26)। ସେ କର୍ଣ୍ଣାଟକ କ୍ୟାଡରର 2023 ବ୍ୟାଚ୍ IPS ଅଫିସର ଥିଲେ, ତାଙ୍କ ଘର ମଧ୍ୟ ପ୍ରଦେଶରେ। ମୈସୁରରେ ଚାରି ସପ୍ତାହର ଟ୍ରେନିଂ ସରିବା ପରେ ଆଜି ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା। କାର୍ଯ୍ୟରେ ଯୋଗଦାନର ପ୍ରଥମ ଦିନରେ ତାଙ୍କର ଏପରି ଅକାଳ ବିୟୋଗ ସମସ୍ତଙ୍କୁ ବ୍ୟଥିତ କରିଛି। ସୂଚନା ଅନୁସାରେ, ସେ କାର୍ଯ୍ୟରେ ଯୋଗଦେବା ପାଇଁ ପୁଲିସ ଗାଡ଼ିରେ ଯାଉଥିଲେ। ଏହି ସମୟରେ ଗାଡ଼ିର ଟାୟାର ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଥିଲେ।
ଏଥିରେ ବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବର୍ଦ୍ଧନଙ୍କ ପରିବାରକୁ ସମବେଦନା ଜଣାଇବା ସହ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ଏପରି ଘଟିବା ଉଚିତ୍ ନଥିଲା ବୋଲି ସେ କହିଛନ୍ତି।