Tue. Aug 12th, 2025

ନ୍ୟୁଜ ଡେକ୍ସ: ସମ୍ବଲପୁରରେ ଶେଷ ହୋଇଛି ଦେବ ଦମ୍ପତ୍ତିଙ୍କ ବିବାହ । ଧୁମଧାମ୍‌ରେ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି । ବାପ ଘରୁ ବିଦାୟ ନେଇଛନ୍ତି ମା ପାର୍ବତୀ । ମହାଦେବ ବର ବେଶରେ ସଜେଇ ହୋଇଥିବା ବେଳେ ଦେବୀ ପାର୍ବତୀ ସୁନା ଅଳଙ୍କାର ପିନ୍ଧି ନବବଧୂ ବେଶରେ ସଜେଇ ହୋଇଛନ୍ତି ।

ଦେବ ଦେବ ମହାଦେବଙ୍କ ସାଥିରେ ଦୁଇଟି ବିମାନରେ ବାହାରି ନଗର ପରିକ୍ରମା କରୁଛନ୍ତି ଦେବ ଦମ୍ପତ୍ତି । ରବିବାର ସକାଳେ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ, ରାତି 12 ଟା ପରେ ନବ ବିବାହିତ ଦମ୍ପତିଙ୍କ ଯୁଗଳ ମୂର୍ତ୍ତିଙ୍କ ମହାଆଳତି ପରେ ବାହାରି ଥିଲା ଯୁଗଳ ଦର୍ଶନ ଶୋଭାଯାତ୍ରା । ଆଜି ସକାଳ 5ଟାରେ ଶୋଭାଯାତ୍ରା ଶେଷ ହୋଇଥିଲା । ପୁଣି ଦିବା 10 ଟା ପରଠୁ ଯୁଗଳ ଦର୍ଶନ ଶୋଭାଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି । ଏହାପରେ ଶୀତଳ ଷଷ୍ଠୀ ସମାପନ ହେବ ।

ଶୋଭାଯାତ୍ରା ସାମିଲ ହୋଇଥିଲେ ହଜାର ହଜାର ଲୋକ କଳାକାର ଓ ଆଧୁନିକ କଳାକାର l ଏହାକୁ ମନଭରି ଉପଭୋଗ କରିଥିଲେ ସ୍ଥାନୀୟ ଲୋକେ l ଅପର ପକ୍ଷରେ ଘଣ୍ଟ, ଘଣ୍ଟା, ମର୍ଦଲ ଆଦି ପାରମ୍ପରିକ ବାଦ୍ୟ ର ଧ୍ୱନି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ଏହି ଯୁଗଲ ଦର୍ଶନ ଶୋଭାଯାତ୍ରା ରବିବାର ରାତି 12ଟାରୁ ବାହାରି ସକାଳ 5 ଟା ଯାଏଁ ଚାଲିଥିଲା l

Leave a Reply

Your email address will not be published. Required fields are marked *